You are currently viewing ପ୍ରୀତିର ଫଗୁଣ ଅନାଇ ବସିଛି
Odia Poem Pritira Phaguna Anai Basichhi (ପ୍ରୀତିର ଫଗୁଣ ଅନାଇ ବସିଛି) by Jituram Sahu

ପ୍ରୀତିର ଫଗୁଣ ଅନାଇ ବସିଛି

ମୋ ମନର ନାୟିକା
କେବେ ଆସି ଧରା ଦେବ ।
ତୁମ ବିନେ ଏକା ମୁଁ
ଆସି ଥରେ ଦେଖି ଯିବ ॥

ଖୋଜୁଛି ଏ ମନ ତୁମକୁ
ଚାହିଁ ବସିଛି ନିରନ୍ତର ।
ଜଳ ବିହ୍ନେ ଯେହ୍ନେ ଝସ
ନାହିଁ ତା’ର ପଟାନ୍ତର ॥

ମୋ ଜୀବନ ନଉକା
ଆସିଥିଲ ଏକା ଏ କୂଳକୁ ।
କେବେ ମୋ ଜୀବନେ ଆସିବ ବୋଲି
ଛାଡ଼ି ଯିବନି ଏକା କରି ବହୁ ଦୂରକୁ ॥

ପ୍ରୀତିର ଫଗୁଣ ଅନାଇ ବସିଛି
ଦିନେ ଆସିବ ମୋ ଜୀବନ ରାଧା ।
ରଙ୍ଗର ବାରିରେ ଭିଜେଇ ଦେବି
କୃଷ୍ଣ ପ୍ରତି ଯେମିତି ରାଧା ॥

ପ୍ରୀତିର ଫଗୁଣ ଖେଳ
ପ୍ରେମୀ ଯୁଗଳଙ୍କ ମିଳନ ।
ନାଲି ରଙ୍ଗେ ନାଲି ଅଧର
ସ୍ୱପ୍ନର ନାୟିକା ବାସ୍ତବ ଗଠନ ॥

– ଜିତୁରାମ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଜିତୁରାମ ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।