You are currently viewing ହେ ଭବ ନାବିକ
Odia Bhajan He Bhaba Nabika (ହେ ଭବ ନାବିକ) by Manoranjan Surujal

ହେ ଭବ ନାବିକ

ମଙ୍ଗଳମୟ ହେ ଭବ ସୌଦାଗର
ହାଟର ତୁମେ ହାଟୁଆ ।
ଭବ ରଙ୍ଗ ତଳେ ଅବନୀ ମଣ୍ଡଳେ
ରଙ୍ଗମଞ୍ଚର ନାଟୁଆ ॥

ସମର୍ପି ଦେଇଛି ଭଲ ମନ୍ଦ ଯେତେ
ଟେକି ନିଅ ବେନି ଭୁଜେ ।
ହେ ଦୁଃଖୀ ସଙ୍ଖାଳି ଜଞ୍ଜାଳରେ ଜଳି
ଆରତେ ତୁମ୍ଭଙ୍କୁ ଖୋଜେ ॥

ଆଗତ ବିଗତ ଜଣା ନାହିଁ ମୋତେ
ତୁମ୍ଭେ ଯେଣୁ ଅନ୍ତର୍ଯ୍ୟାମୀ ।
ଫେଡ଼ିବ କଷଣ ଜୀବ ମୋକ୍ଷ ଧାମ
ମନଟି ମରେ ଭରମି ॥

ଚଲା ପଥେ ମୋର କଣ୍ଟା ଫୁଟି ଯାଉ
ତିଳେହେଁ ନାହିଁଟି ଦୁଃଖ ।
ଅଭୟ ଚରଣେ ଜାଗା ଖୋଜେ ଯେଣେ
ହେବଟି ନାହିଁ ବିମୁଖ ॥

ଜରା ବ୍ୟାଧି ଏଠି କରେ ଦହଗଞ୍ଜ
ପାପ ସରୋବରେ ଘର ।
ପଦ୍ମପାଦ ବିନୁ ଚାହେଁ ନାହିଁ ଆନ
କରିବନି କେବେ ଦୂର ॥

ହେ ଭବ ନାବିକ ଭବ ପାରାବାରେ
ଚଳାଇ ଧରିଛ କାତ ।
ଏ ଜୀବନ ତରୀ ଲଗାଇବ କୂଳେ
ନେଇ ଯିବ ସେହି ପଥ ॥

– ମନୋରଞ୍ଜନ ସୁରୁଜାଲ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମନୋରଞ୍ଜନ ସୁରୁଜାଲ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।