You are currently viewing ତୋତେ ଭଲ ପାଇଛି
Odia Poem Tote Bhala Paichhi (ତୋତେ ଭଲ ପାଇଛି) by Manas Ranjan Dash

ତୋତେ ଭଲ ପାଇଛି

ଲେଖିଥିଲି ଅନେକ ଚିଠି
ଦେଇ ପାରି ନାହିଁ
ଓଠ ଯାଏ ଆସିଥିଲା ନାଆଁ
କହି ପାରି ନାହିଁ

ଛାତି ତଳେ କେଉଁଠି
ଲୁହର ନଈଟେ ଏ ଯାଏଁ ସାଇତା
ବହି ପାରି ନାହିଁ
ତୋ’ ପାପୁଲିର ଅତି ପାଖକୁ ଯାଇଛି ପାପୁଲି
ଛୁଇଁ ପାରି ନାହିଁ

ଦାଗ ପ୍ରତାରଣାର ଖୁବ୍ ପକ୍କା ଥିଲା ବୋଧେ
କେତେ ଶ୍ରାବଣ ଆସିଲା, ଗଲା
ଧୋଇ ପାରି ନାହିଁ

ତତେ ଭଲ ପାଇବା ପରେ ବି ମୁଁ
ଆହୁରି ଭଲ ପାଇଛି
ହେଲେ ଯେମିତି ତୋ’ର ହେଇଥିଲି, ଆଉ କାହାରି
ହେଇ ପାରି ନାହିଁ…

– ମାନସ ରଞ୍ଜନ ଦାଶ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମାନସ ରଞ୍ଜନ ଦାଶ ପେଶାରେ ଜଣେ ସଫ୍ଟୱେର୍ ଇଞ୍ଜିନିୟର୍ ଏବଂ ନିଶା ତାଙ୍କର ସଙ୍ଗୀତରେ । ସେ ଏକାଧାରରେ ଜଣେ ଗୀତିକାର, ସଙ୍ଗୀତକାର ଏବଂ ଗାୟକ । ନବପଲ୍ଲବ ତଥା ଶୁଭପଲ୍ଲବର ଥିମ୍ ଗୀତ ମଧ୍ୟ ସେ ପ୍ରସ୍ତୁତ କରିଛନ୍ତି ।