You are currently viewing ଶେଷ ସ୍ୱପ୍ନ
Sesha Swapna (ଶେଷ ସ୍ୱପ୍ନ) Odia Poem by Soumyashree Tripathy

ଶେଷ ସ୍ୱପ୍ନ

ଜୀବନରାସ୍ତାରେ ଚାଲୁଚାଲୁ
ମନେ ପଡ଼େ ସେହି ଅଭୁଲା ସ୍ୱପ୍ନ ସବୁ…
ଥିଲି ଦିନେ ମୁଁ ଯେ…
ଏହି ମୁକ୍ତ ଆକାଶର ବିହଙ୍ଗ…
ନଥିଲା ମୋ ପାଇଁ କିଛି ବନ୍ଧନ
ବିଛୁରି ପଡ଼ିଥିଲା ମୋ ଜୀବନେ ସୂର୍ଯ୍ୟ ଆଲୋକ
କିନ୍ତୁ ଜାଣି ତ ନଥିଲି…
ଛିଡ଼ିଯିବ ମୋର ଏହି ଡେଣା..
ଉଭେଇ ଯିବ ଯେ ରଶ୍ମି
ଭରିଯିବ ଅନ୍ଧକାରର ଛାୟା
ଲୁଚିଗଲା ମୋର ସବୁ ସ୍ୱପ୍ନ
ମେଘାଚ୍ଛନ ଆକାଶର ତଳେ…
ମନେ ନାହିଁ କେବେ ଦେଖିଥିଲି ମୁଁ ଯେ ପ୍ରଭାତ
ଭୁଲିଗଲିଣି ମୁଁ ଯେ କେବେ ଖେଳିଥିଲି ଜହ୍ନ କିରଣ
ହୁଏତ ବସନ୍ତ କେବେ ଛୁଇଁ ଥିଲା ମୋ ମନକୁ…
ବୋଧେ ବର୍ଷାର ଜଳ କେବେ ଧୋଇ ଦେଇଥିଲା ମୋ ବିଷାଦକୁ..
ଦିନ ପରେ ଦିନ ବିତି ତ ସାରିଛି…
ଭାବିବାର ଅବସର ମଧ୍ୟ ଆଉ ନାହିଁ…
ଜାଣିଛି ମୁଁ ଯେ ଲେଖା ହେବନାହିଁ ମୋର ନାମ ଇତିହାସର ପୃଷ୍ଠାରେ..
ଲିଭିଯିବି ମୋର ଚିହ୍ନ ସଂସାରର ମୋହମାୟାରେ..
କେବଳ ରହିଛି ଶେଷ ସ୍ୱପ୍ନ…
ଉତ୍ସଗ କରିବି ଏହି ଜୀବନ ସମାଜର ସେବାରେ ।

– ସୌମ୍ୟାଶ୍ରୀ ତ୍ରିପାଠୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୌମ୍ୟାଶ୍ରୀ ତ୍ରିପାଠୀ ପେଶାରେ ଜଣେ ଅଧ୍ୟାପିକା, ଯିଏକି ବର୍ତ୍ତମାନ ଜୟପୁରର ଏକ ମହାବିଦ୍ୟାଳୟରେ କାର୍ଯ୍ୟରତ ଅଛନ୍ତି । ସେ ଅଧ୍ୟାପନା ବ୍ୟତୀତ ଓଡ଼ିଆରେ ଗଳ୍ପ, କବିତା ଆଦି ରଚନା କରନ୍ତି ।