ହେ ବନ୍ଧୁ
ନୁହେଁ ମୁଁ ଅନନ୍ତ ନୁହେଁ ଯଶୋବନ୍ତ ନୁହେଁ ମୁଁ ଅଚ୍ୟୁତ ବଳରାମ ଦାସ ଜଗନ୍ନାଥ ଦାସ ପରି ସଖା ନୁହେଁ ତଥାପି ରହିଛି ମୋ ତୁମଠି ଭାବ । ସେ ଭାବକୁ ନେଇ କରୁଛି ଗୁହାରି ଭାବ ବିନୋଦିଆ ରଖ ମୋର ଅଳି ପଦ୍ମ ଚରଣରେ ତୁମ ସ୍ଥାନ ଦିଅ ପ୍ରଭୁ ବନ୍ଧୁ ତୁମ କରି ନିଅ । ବିଦୁରର ଶାଗ ଦାସିଆ ନଡ଼ିଆ ଭାବଥିଲା ବୋଲି ଲାଗିଲା ବଢ଼ିଆ ସୁଦାମାର ଖୁଦ ଆଉ ଶବରୀର କୋଳି ଭାବରେ ଭାବରେ…

