You are currently viewing ହେ ବନ୍ଧୁ
ହେ ବନ୍ଧୁ

ହେ ବନ୍ଧୁ

ନୁହେଁ ମୁଁ ଅନନ୍ତ ନୁହେଁ ଯଶୋବନ୍ତ
ନୁହେଁ ମୁଁ ଅଚ୍ୟୁତ ବଳରାମ ଦାସ
ଜଗନ୍ନାଥ ଦାସ ପରି ସଖା ନୁହେଁ
ତଥାପି ରହିଛି ମୋ ତୁମଠି ଭାବ ।
ସେ ଭାବକୁ ନେଇ କରୁଛି ଗୁହାରି
ଭାବ ବିନୋଦିଆ ରଖ ମୋର ଅଳି
ପଦ୍ମ ଚରଣରେ ତୁମ ସ୍ଥାନ ଦିଅ
ପ୍ରଭୁ ବନ୍ଧୁ ତୁମ କରି ନିଅ ।

ବିଦୁରର ଶାଗ ଦାସିଆ ନଡ଼ିଆ
ଭାବଥିଲା ବୋଲି ଲାଗିଲା ବଢ଼ିଆ
ସୁଦାମାର ଖୁଦ ଆଉ ଶବରୀର କୋଳି
ଭାବରେ ଭାବରେ ତୁମେ ନେଲ ତୋଳି
ମୋ ମନରେ ତୁମ ପାଇଁ ସେହି ଭାବ
ବୁଝି କି ପାରୁନ ଆହେ ମହାଭାଗ
ପଦ୍ମ ଚରଣରେ ତୁମ ସ୍ଥାନ ଦିଅ
ପ୍ରଭୁ ତୁମ ବନ୍ଧୁ କରି ନିଅ ।

ବନ୍ଧୁ ବୋଲି ଭାବି ବନ୍ଧୁ ମହାନ୍ତିକୁ
ସୁନା ଭୋଗ ଥାଳି ତୁମେ ଯାଚି ଦେଲ
ନିଜ ଭକତକୁ ରକ୍ଷା କରିବାକୁ
କେତେ ଅବତାର ତୁମେ ନେଇଥିଲ
ମୋ ପାଖକୁ ଥରେ ଆସି ମହାବାହୁ
ମୋ ଭାବକୁ ତୁମେ ନିଅ ହେ ଆଦରି
ପଦ୍ମ ଚରଣରେ ତୁମ ସ୍ଥାନ ଦିଅ
ପ୍ରଭୁ ତୁମ ବନ୍ଧୁ କରି ନିଅ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପୁରୀ ଜିଲ୍ଲାର ଅନ୍ତର୍ଗତ ମୁକୁନ୍ଦ ମିଶ୍ର ନଗର ନିବାସୀ ନିବେଦିତା ମାହାପାତ୍ର ମୁଖ୍ୟତଃ ଓଡ଼ିଆ ଭଜନ ଆଦି ରଚନା ଆଦିରେ ରୁଚି ରଖନ୍ତି । ଭଜନାଞ୍ଜଳୀ ସହ ସେ ଅନେକ ଗପ ଓ କବିତା ଆଦି ରଚନା କରିଛନ୍ତି ।