You are currently viewing ଭାରି ରୋମାଣ୍ଟିକ୍ ସ୍ନିଗ୍ଧା ମହାନ୍ତି
ଭାରି ରୋମାଣ୍ଟିକ୍ ସ୍ନିଗ୍ଧା ମହାନ୍ତି

ଭାରି ରୋମାଣ୍ଟିକ୍ ସ୍ନିଗ୍ଧା ମହାନ୍ତି

ସ୍ନିଗ୍ଧା ମହାନ୍ତିର
ଶ୍ରାବଣୀ ବେଣୀର
ମେଘର ବାସର ବସା
ସେ ବେଣୀ ଝାଡ଼ିଲେ
ଚାତକ ମୁଁ ମରେ
ବଢ଼େ ହୃଦୟର ତୃଷା ।

ଏକ ଛତା ତଳେ
ମୁଁ ଆଉ
ସ୍ନିଗ୍ଧା ମହାନ୍ତିର ଦେହ
ଶୀତୁଆ ପବନେ
ତା’ ଭିଜା ଶାଢ଼ୀକାନି
ଲୁଚାଇ ଦିଏ ମୋ ମୁହଁ ।

ସେ ଚାଲିଥାଏ
ଆସ୍ତେ ପାଦ ରଖି
ସରୁ ରାସ୍ତାର ଧାରେ
ମୁଁ ତ ଚାଲୁଥାଏ
ଦେହ ତାତି ରଖି
ତା’ ଭିଜା ମୁହେଁ
ଚାହାଣୀ ମୋ ଭିଡ଼ କରେ ।

ଏଡ଼େ ଚପଳା ସେ
ସ୍ନିଗ୍ଧା ମହାନ୍ତି
ଜାଣିବି କହେନା କିଛି
ପାଖ ହୋଇ
ତା’ ଦେହେ ଗେଞ୍ଜିହେଲେ
ଜାଣିଶୁଣି ଯାଏ ଘୁଞ୍ଚି ।

ଏତେ ନଖରାମି
ଝିଅଟିର ଦେଖି
ମୁଁ ମନେମନେ ଭାରି ରାଗେ
ମୋର ଅସହାୟ
ଅବସ୍ଥା ପରଖି
ତାକୁ ଭାରି ହସ ଲାଗେ ।

ତା’ର ହସ
ଆଉ ମୋ ବତୁରା ପ୍ରେମର ରସ,
ଦୁହେଁ ମିଶିଗଲେ ଲେଖି ଦେଇଗଲି
ସହର ମଝିରେ
ତା’ ଓଠରେ ଓଦା ଓଦା ଉପନ୍ୟାସ ।

ଏବେ ଲାଗୁଥିଲା ମୋତେ ହସ
ଚପଳା ପ୍ରିୟା ମୋ ଲାଜେଇ ତ ଗଲା
ପଢ଼ି ଚୁମା ଉପନ୍ୟାସ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବିଜୟ ଅନ୍ଦାଜ୍ ଓଡ଼ିଆ ଏବଂ ହିନ୍ଦୀ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ସେ ମୁଖ୍ୟତଃ ପ୍ରେମ ଭିତ୍ତିକ କବିତା ରଚନା କରିଥାନ୍ତି ।