You are currently viewing ପ୍ରେମ ବନ୍ଦୀ
ପ୍ରେମ-ବନ୍ଦୀ

ପ୍ରେମ ବନ୍ଦୀ

ବାନ୍ଧି ମୁଁ ରଖିଛି, ତୁମରି ସ୍ମୃତି,
କିଛି ଅଭୁଲା ଅନୁଭୂତି,
ଆଉ ଅତୀତର ସେହି ସୁବାସିତ ପ୍ରୀତି

ନାଁ ତୁମେ ବାନ୍ଧି ହେଲ, ମୋ ପ୍ରୀତି ବନ୍ଧନରେ
ନାଁ ମୁଁ ବନ୍ଦୀ କରିପାରିଲି, ମୋ ପ୍ରେମ ଭାବରେ
ତଥାପି ମୁଁ ତୁମରି ସ୍ମୃତିରେ,
ନିତି ବାନ୍ଧି ହୁଏ,
ନିତି ବନ୍ଦୀ ହୁଏ,
ସାଥେ ଥାଏ ଏ ନୀରବ ବିରହ ରାତି

କେମିତି ପାଳିବି କୁହ, ମୋ ମନ କଚେରୀର ଆଦେଶ,

ଏଠି ମକଦ୍ଦମା ବି ପ୍ରେମ, ମନ୍ତବ୍ୟ ବି ପ୍ରେମ
ସାକ୍ଷୀ ବି ପ୍ରେମ, ଓକିଲ ବି ପ୍ରେମ
ବିଚାରକ ବି ପ୍ରେମ, ବିଚାର ବି ପ୍ରେମ
କିନ୍ତୁ ବୁଝେନା ଅବୁଝା ଆସାମୀ, ଜାଣେନା ସେ କିଛି ପ୍ରେମ,

ମୋ ମନ କଚେରୀ ଆଦେଶ, ଆଉ ମୋ ମନର କିଛି ଭ୍ରମ,
କେମିତି କରିବି ମୁଁ ବନ୍ଦୀ, ସତେ କଣ ଏହା ନିଃସ୍ଵାର୍ଥ ପ୍ରେମ

ଇଛା ଥିଲା ଦିନେ, ମୋ ପ୍ରୀତି ବନ୍ଧନେ
କରିଥାନ୍ତି ତୁମକୁ ବନ୍ଦୀ,
ମୋ ଭାଗ୍ୟକୁ ଦେଖ,
ନାଁ ତୁମେ ଅଛ, ନାଁ ତମ ପ୍ରେମ ଅଛି
ତଥାପି ଅଜ୍ଞାତେ, ତୁମରି ସ୍ମୃତିରେ
ହୋଇଛି ମୁଁ ପ୍ରେମ ବନ୍ଦୀ……

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...