You are currently viewing ଅଂଡିରା ମାଇପି ଭେଦ
ଅଂଡିରା ମାଇପି ଭେଦ

ଅଂଡିରା ମାଇପି ଭେଦ

ଯାହାକୁ ଦେଇଛି ମାଇପ ନାଆଁ
ବୁଝି ବୁଝାଇ କହୁ
ଶ୍ବଶୁରଂକ ଝିଅ, ଶଳାର ଭଉଣୀ
ନୁହେ କି ସିଏ
ବାପାମାଆଂକର ବୋହୂ?

କନିଆକୁ ଧରି ଦୁନିଆ ବୁଲଂତି
ଭୁଲିଯାଇ ଗାଆଁ ଘର
ଛୁଆର ମାଆକୁ ପଚାରଂତି ନାହିଢ଼ଁ
ଏମାନେ କେମିତି ବର?

ପତ୍ନୀକୁ ସୁଖଦାୟିନୀ ଭାବିଲେ
ହୁଏ ସବୁ ଗଡ଼ବଡ଼
ଝିଅ ଭଉଣୀ ବୋହୂ ମାଆ ସିଏ
କାହିଁକି ହୁଅ ଅପଡ଼?

ଭାର୍ଯାକୁ ‘ ବାହାରି ଯା ‘ କହିଦେଲେ
ହୁଏନାହିଁ ଜଣେ ମରଦ
ଅଂଡିରା ମାଇପି ଭେଦ ପାସୋରିଲେ
ବୁଝିହୁଏ ତାର ଦରଦ

ଦୁହେଁ ଦୁହିଂକର ଯତ୍ନ କଲେ
ସୁଂଦର ଚଳେ ଘର
ତିଆରି ଜାଣିଲେ କୁଟୁଂବ ହୁଏ
ଗୋଟାପଣେ ବଂଶର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରଫୁଲ୍ଲ କୁମାର ତ୍ରିପାଠୀ, ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଓଡ଼ିଆ ସାହିତ୍ୟିକ ଓ ଭାଷାବିତ୍ । ସମାଜରେ ଦେଖାଯାଉଥିବା ବିଭିନ୍ନ ପ୍ରକାରର ଦୁର୍ନୀତି, ଅନିୟମିତତା ଏବଂ ମାନବବାଦ ବିଷୟ ଉପରେ ତାଙ୍କ ରଚନା ଆଧାରିତ । ସେ ଓଡ଼ିଆ ଭାଷା ସାହିତ୍ୟର ତର୍ଜମା ଓ ଲିପିର ବିକାଶ ବିଷୟରେ ମଧ୍ୟ ଅନେକ ପୁସ୍ତକ ରଚନା କରିଛନ୍ତି ।