ଯାହାକେ ଦେଇଛ ମାଏପୋ ନାଆଁ
ବୁଝି ବୁଝେଇ କହ
ଶଶୁରର୍ ଝି, ଶଲାର୍ ବହେନ୍
ଆଏ କି ନୁହେ
ବୁଆ ମାଆଁର୍ ବହ?
କନିଆଁକେ ଧରି ଦୁନିଆ ବୁଲ୍ସନ୍
ପାସ୍ରି ଗାଆଁ ଘର୍
ଛୁଆର୍ ମାଆକେ ନାଇଁ ପଚ୍ରାନ୍
ଇମାନେ କେନ୍ତା ବର୍?
ପତ୍ନୀକେ ସୁଖ୍ଦାୟିନୀ ଭାବ୍ଲେ
ହେସି ସବୁ ଗଡ଼୍ବଡ଼୍
ଝି ବହେନ୍ ବହ ମାଆଁ ଆଏ ସେ
କାଁଯେ ହେସ ଅପଡ଼୍ ?
ଭାର୍ଯାକେ ‘ ବାହାର୍ ଯା ‘ କହିଦେଲେ
ନାଇଁହୁଏ ଜନେ ମରଦ୍
ଅଁର୍ରା ମାଏଝି ଭେଦ୍ ପାସ୍ରିଲେ
ବୁଝିହେସି ତାର୍ ଦରଦ୍
ଦୁହେ ଦୁହିକଁର୍ ଯତନ୍ କଲେ
ଅଏନ୍ ଚଲ୍ସି ଘର୍
ବନେଇ ଜାନ୍ଲେ କୁଟୁମ୍ ହେସି
ଗୁଟାରଂଗେ ବଉଁଶର୍