କାଳିଆ କଳିଯୁଗରେ
କିଏ କହେ ଜଗା, କିଏ ଜଗନ୍ନାଥ, କୋଟି କୋଟି ନାମ ତୋ’ର, ତୁହି ରାମଚନ୍ଦ୍ର, ତୁହି ପର୍ଶୁରାମ, ସହସ୍ର ରୂପ ତୋହର ।।୧।। ଅପଲକ ନୟନେ ରହିଛୁ ଅନାଇ, ତୋହର ଭକତ ଗଣଙ୍କୁ, ଭକତିରେ ବନ୍ଧା ଭାବର ଠାକୁର, ଟଙ୍କା ପଇସା ଅଲୋଡ଼ା ତାକୁ ।।୨।। ଶହେ ଆଠ ଗରା ପାଣିରେ ଗଧାଏ, ଦେବସ୍ନାନ ପୂର୍ଣ୍ଣିମାରେ, ଦେବ ଶରୀରରେ ମଣିଷ ପରାଏ, ଜରରେ ତା’ ଦେହ ଥରେ ।।୩।। ଅଣସର ଘରେ ରୁହେ ତ ସେ ଯାଇ,…