Prema Kabita

ପ୍ରେମ କବିତା

ଭଙ୍ଗା ଘରଟିଏ ପରି ହୃଦୟ ଏ ଯେବେ ଥିଲା, ସେବେ ତୁମ ସଙ୍ଗେ ମୋର ଦେଖା ହୋଇଥିଲା । ପ୍ରଥମ ଦେଖାରେ ଯେବେ ହୋଇଥିଲା ପ୍ରେମ, ତୁମେ ଦେଇଥିଲ ସେଇ ପ୍ରେମକୁ ଯେ ନାମ ॥ କାହିଁ କେତେ ଯୁଗରୁ ଯେ ପ୍ରତୀକ୍ଷା ଏ ଥିଲା, କେବଳ ତୁମକୁ ଏଇ ମନ ଖୋଜୁଥିଲା । ତୁମଠୁ ଆରମ୍ଭ ମୋର ପ୍ରେମର ଠିକଣା, ଏଇ ଛାତିତଳେ ଲେଖା କେବଳ ତୁମ ନାଆଁ ॥ ମୋ ଜୀବନ ନଉକାରେ ତୁମେ ଯେ ନାଉରୀ,…

ଅଧିକ ପଢ଼ନ୍ତୁ
Pranaya Rutu

ପ୍ରଣୟ ୠତୁ

ନବବଧୂ ସାଜି ଆସିଛ ଜୀବନେ ଢାଳୁଛ ପ୍ରୀତିର ବନ୍ୟା ଲାଗୁଛି ଯେମିତି ଜହ୍ନ ମୋ ବାହୁରେ ଅଙ୍ଗେ ଅଙ୍ଗେ ଲାଗେ ନିଆଁ ॥ ନିଦଚୋରୀ କରେ ପାଦର ପାଉଁଜି ରୁଣୁଝୁଣୁ ଶବ୍ଦ କରି ସତେକି ଯେମିତି ସୁରିଲା ବଇଁଶୀ ବାଜୁଅଛି ଥିରିଥିରି ॥ କାନର ଝୁମୁକା ବଢ଼ାଏ ସ୍ପନ୍ଦନ ନିଃଶବ୍ଦ ଏ ରଜନୀରେ ଭ୍ରମ ସୃଷ୍ଟିକରେ ବର୍ଷାଟୋପା କିବା ଲୋଟୁଅଛି ଧରଣୀରେ ॥ ଦେହର ମହକ କରେ ଶିହରୀତ ଅପୂର୍ବ ତା’ ସୁବାସରେ ସ୍ୱର୍ଗ ଛାଡ଼ି ବୋଧେ…

ଅଧିକ ପଢ଼ନ୍ତୁ
Jibana

ଜୀବନ

ଜୀବନ କେବେ ଗୋଲାପର ଶେଯ ତ କେବେ ତତଲାବାଲିର କଣ୍ଟକିତ ଚଲାପଥ । ମିଠା ମିଠା ସପନେ ରଙ୍ଗମୟ ଦୁନିଆରେ ଖୋଜିବୁଲେ ନିଜକୁ ହେଇ କ୍ଷତବିକ୍ଷତ । ଜୀବନ ଶ୍ରାବଣର ଉଛୁଳା ନଈ ବସନ୍ତର ମହକିତ ବନ ଆଉ ଶରତ ସନ୍ଧ୍ୟାର ଫୁଲେଇ ରୂପା ଜହ୍ନ । ଏ ଜୀବନ କୁହୁଡ଼ିର ପ୍ରହେଳିକା ପ୍ରେମ ଗୀତି ଗାଇ ଧାଏଁ ପଥେ ପଥେ ଖୋଜି ନିଜ ପଦ ଚିହ୍ନ । – ଧିରେନ୍ ବାଗ୍

ଅଧିକ ପଢ଼ନ୍ତୁ
Tame Thile Pakhe Sathi

ତମେ ଥିଲେ ପାଖେ ସାଥି

ଦେଖୁଥିଲେ କେବେ ସ୍ୱପ୍ନ ସରିବନି ତମେ ଥିଲେ ପାଖେ ସାଥି ସ୍ୱପ୍ନ ଝରୁଥିବ ଗହନ ନିଦରେ ଦିନ ଲାଗୁଥିବ ରାତି । ହସୁଥିଲେ କେବେ ହସ ସରିବନି ତମେ ଥିଲେ ପାଖେ ସାଥି ମହୁ ଝରୁଥିବ ଶୁଖିଲା ଓଠରେ ଲୁହ ଲାଗୁଥିବ ମୋତି । କହୁଥିଲେ କେବେ କଥା ସରିବନି ତମେ ଥିଲେ ପାଖେ ସାଥି ଖୁସି ଝରୁଥିବ ହୃଦୟ ଦୁଆରେ ଦୁଃଖ ଲାଗୁଥିବ ସ୍ମୃତି । ଚାଲୁଥିଲେ କେବେ ବାଟ ସରିବନି ତମେ ଥିଲେ ପାଖେ ସାଥି ଫୁଲ ଝରୁଥିବ…

ଅଧିକ ପଢ଼ନ୍ତୁ
Shubhodaya launches 2nd edition on Diwali

ଦୀପାବଳିର ସନ୍ଧ୍ୟାରେ ଶୁଭୋଦୟର ୨ୟ ସଂସ୍କରଣ ଉନ୍ମୋଚିତ

ଭଦ୍ରକ (୧୬ ନଭେମ୍ବର ୨୦୨୦): ଦୀପାବଳି ଅବସରରେ ଓଡ଼ିଆ ଇ-ପତ୍ରିକା ଶୁଭୋଦୟର ୨ୟ ସଂସ୍କରଣ ଉନ୍ମୋଚିତ ହୋଇଯାଇଛି । ଶୁଭପଲ୍ଲବ ପ୍ରକାଶନୀ ଦ୍ୱାରା ପ୍ରକାଶ ପାଉଥିବା ଏହି ମାସିକ ଇ-ପତ୍ରିକାଟିର ୨ୟ ସଂସ୍କରଣରେ ସମୁଦାୟ ୧୪ଟି ବଛାବଛା ଗପ, କବିତା ଆଦି ପ୍ରକାଶ ପାଇଛି । ଏହି ସଂସ୍କରଣଟିର କଭର୍ ଫଟୋରେ ଦୀପାବଳି ଥିମ୍‌କୁ ନେଇ ଏକ ଚାନ୍ଦିନୀ ରଣାଙ୍କ ଏକ ଫଟୋ ସ୍ଥାନିତ କରାଯାଇଛି । ପତ୍ରିକାଟିର ସମ୍ପାଦନା କାର୍ଯ୍ୟ ତୁଲାଇଛନ୍ତି ଶୁଭପଲ୍ଲବ ପ୍ରତିଷ୍ଠାତା ସଂଗ୍ରାମ କେଶରୀ ସେନାପତି । ଏହି…

ଅଧିକ ପଢ଼ନ୍ତୁ