You are currently viewing ସ୍ପନ୍ଦନ
ସ୍ପନ୍ଦନ

ସ୍ପନ୍ଦନ

ସମ୍ପର୍କର ଗଣିତକୁ ଖିନ୍‌ଭିନ୍ କରି
କଷିବା ଆଗରୁ ଚାଲ ପୁଣିଥରେ
ସ୍ନେହ ଆଦର ଓ ଆକର୍ଷଣର ସାହିତ୍ୟକୁ
ପଢ଼ିନେବା…

ବର୍ଷାଭିଜା ଓଢ଼ଣୀରେ ପ୍ରେମର
ଭୂଗୋଳକୁ ଜାକିଜୁକି ଧରିନେବା
କାହିଁଗଲ… ତୁମ ହୃଦ୍‌ସ୍ପନ୍ଦନ ମୋତେ
ଡାକି ଆଣିଛି ଆଜି ବର୍ଷାକୁ ସାକ୍ଷୀରଖି
ତୁମ ବେହାଲ ହୃଦୟର ସ୍ପନ୍ଦନକୁ
ଢେର ପାଖରୁ ଶୁଣିବାକୁ…

ମିଛିମିଛିକା ଖେଳକୁ ସତ କରିବା ଆଗରୁ
ଚାଲନା… ଇନ୍ଦ୍ରଧନୁର ରଙ୍ଗୀନ ଦୁନିଆରେ
ଆକାଶର ବିଶାଳତାକୁ ଅନୁଭବ କରିବା ।

ରୋହିତ ମାଝୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରୋହିତ ମାଝୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।