You are currently viewing ତୋ’ ପାଇଁ
ତୋ' ପାଇଁ

ତୋ’ ପାଇଁ

ଗୋଲାପୀ ଓଠରେ
ହସିଦେଲୁ ଯେବେ
ସେବେଠୁ ପାଗଳ ହେଲି
ଫୁଲେଇଲୋ ତୋ’ର
ନିଆରା ଛବିକୁ
ହୃଦୟରେ ସାଇତିଲି….

ତୋ’ ହାତକୁ ଧରି
ଚାଲିଲି ମୁଁ ବାଟ
ଆଖିରୁ ହଜିଲା ନିଦ
ଧୀରେଧୀରେ କେବେ
ପ୍ରେମ ଦୁନିଆରେ
ରଖିସାରିଲିଣି ପାଦ….

ଆଖିରେ ଆଖିରେ
ସେଇ ଇସାରାରେ
ସବୁକିଛି ଭୁଲିଗଲି
ଫୁଲେଇଲୋ ତୋ’ର
ନିଆରା ଛବିକୁ
ହୃଦୟରେ ସାଇତିଲି….

ଫଗୁଣ ପରଷେ
ସବୁ ଆଜି ହସେ
ହସେ ଏ ଜୀବନ ମୋର
ତୋ କଥା ଭାବେ
ନିଶି ଓ ଦିବସ
ଲାଗୁ ଭାରି ଆପଣାର….

ନାହିଁ କିଛି ଦୁଃଖ
ଅବା ଅବଶୋଷ
ସବୁକିଛି ପାଇଗଲି
ଫୁଲେଇଲୋ ତୋ’ର
ନିଆରା ଛବିକୁ
ହୃଦୟରେ ସାଇତିଲି….

ସିଦ୍ଧେଶ୍ୱର ତ୍ରିପାଠୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସିଦ୍ଧେଶ୍ୱର ତ୍ରିପାଠୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।