You are currently viewing ଶବ୍ଦ
Odia Poem Shabda (ଶବ୍ଦ) by Ganeswar Mohanty

ଶବ୍ଦ

ସୁଖ ଆଉ ଦୁଃଖକୁ ମିଶାଇ ଦେଖିଲି
ମୋତେ ଏକାପରି ଲାଗିଲା
ହସ ଭିତରେ କାନ୍ଦ, କାନ୍ଦ ଭିତରେ ହସକୁ
ଖୋଜିବାପାଇଁ ଚେଷ୍ଟାକଲି
ଶେଷରେ ମିଳିଗଲା ।

ମୁଁ ଜାଣିବାକୁ ସେଇଦିନ ପାଇଲି
ଯୋଉଦିନ ଅସଂଖ୍ୟ ଲୁହର ବୁନ୍ଦା ଭିତରେ
ମୋ ଅସୀମିତ ଖୁସି ଲୁଚି ରହିଥିଲା
ଆଉ ଅପରିର୍ଯ୍ୟାପ୍ତ କ୍ଷଣିକ ହସ ଭିତରେ
ସ୍ଥାୟିତ୍ୱ ବାନ୍ଧି ଦେଇଥିଲା ଲୁହର ମୂଳଦୁଆ ।

ଠିକ ସେହିଭଳି ଏ ଜଗତ ଆଉ ଜୀବନ
କେବେ ମୁଁ ଏ ଜଗତ ଭିତରେ ଜୀବନକୁ
କେବେ ପୁଣି ଜୀବନ ଭିତରେ ଜଗତକୁ ଦେଖେ
ଭଲ ମନ୍ଦ ଦୁଇଟି ଶବ୍ଦ ହେଲେବି
ଗୋଟିଏ ସରଳରେଖାର ଦୁଇଟି ବିନ୍ଦୁ
ପାପ ଆଉ ପୁଣ୍ୟ ଭିତରେ ମୁଁ କିଛି
ପାର୍ଥକ୍ୟ ଦେଖିପାରେ ନାହିଁ ।

ଠିକ ସେମିତି ଧର୍ମ ଅଧର୍ମ ଭିତରେ
ନୀତି ଅନୀତି ଆଉ ସେମିତି
ମଣିଷ ମଣିଷ ଭିତରେ

ଏ ସବୁ କଥା ଖୋଲି ନକହିଲେ ବି
ଉପରକୁ ଦେଖା ଯାଉନଥିଲେ ବି
ସ୍ପଷ୍ଟ ଭାବରେ ପଢ଼ି ହେଉନଥିଲେ ବି
ଠିକଭାବେ ଜାଣି ହୁଏ ଆଉ
ଜାଣିବା ଲୋକଙ୍କ ସଂଖ୍ୟା ବି କିଛି କମ ନୁହେଁ ॥

– ଗଣେଶ୍ୱର ମହାନ୍ତି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଗଣେଶ୍ୱର ମହାନ୍ତି ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।