Europe Tour

ଇଉରୋପ ଯାତ୍ରା

ଆଷାଢ଼ ମାସ ଅତିକ୍ରାନ୍ତ ପ୍ରାୟ । ସମୟ ସକାଳ ନଅଟା । ଅସଳେ ବର୍ଷା ହୋଇ ଛାଡ଼ି ଯାଇଥାଏ । ଆକାଶରେ ବାଦଲ, ବାଦଲ ଫାଙ୍କରେ ସୂର୍ଯ୍ୟଙ୍କର ଲୁଚକାଳି ଖେଳ । ଝାପ୍ସା ଆଲୋକରେ ଗଛପତ୍ର ସବୁ ଝଲସୁଥାନ୍ତି । ଏହି ସମୟରେ ଅଧ୍ୟାପକ ସୂର୍ଯ୍ୟକାନ୍ତ ବାବୁ ନିଜ ବାଇକ୍ ଧରି କଲେଜ ବାହାରିଗଲେ । ମନଟା ଟିକିଏ ଚଞ୍ଚଳ ଥାଏ । ବ୍ୟସ୍ତ ଆଉ ବିବ୍ରତ । କଲେଜରେ ଶୀଘ୍ର ପହଞ୍ଚିଲେ, କାମ ସାରି ଶୀଘ୍ର…

ଅଧିକ ପଢ଼ନ୍ତୁ
Gaintha Pitha - ଗଇଁଠା ପିଠା

ଗଇଁଠା ପିଠା

ଆମେ ଓଡ଼ିଆ ୧୨ ମାସରେ ୧୩ ଯାତ ପାଳନ କରିଥାଉ… ଆମର ପର୍ବପର୍ବାଣୀ ସହ ଆମର ଖାଦ୍ୟ ପେୟ ଆଉ ପିଠାପଣାର ସମ୍ବନ୍ଧ ଭାରି ନିବିଡ଼ । ଯେମିତି ପ୍ରଥମାଷ୍ଟମୀ ଆସିଲେ ଆମେ ଏଣ୍ଡୁରୀପିଠା କରିବାକୁ ଭୁଲିନଥାଏ, ରଜ ଆସିଲେ ପୋଡ଼ପିଠା, ସେମିତି ଦୀପାବଳି ସମୟରେ ବଡ଼ବଡ଼ିଆଙ୍କୁ ପଇଁଆ କାଠି ଜାଳି ଡାକିବା ସମୟରେ କେତେକ ସ୍ଥାନରେ ଗଇଁଠା ପିଠାର ମଧ୍ୟ ପ୍ରସ୍ତୁତ କରାଯାଏ । ତେବେ ଆସନ୍ତୁ ଦେଖିବେ, ଶିଖିବା ଆମେ କେମିତି ଆମ ଘରେ…

ଅଧିକ ପଢ଼ନ୍ତୁ
Saradiya Sparsha

ଶାରଦୀୟ ସ୍ପର୍ଶ

ଶରତ ଆଗମନରେ ଭୂଇଁରେ କାଶତଣ୍ଡୀ ସ୍ପର୍ଶ ମା’ ମହାମାୟାର ଆଗମନର ଦିଏ ସନ୍ଦେଶ । ମରୁ ପ୍ରାନ୍ତରକୁ ମନ୍ଦାକିନୀ ସ୍ପର୍ଶ, ଏ ଜଗତ ଲଭେ ମା ମହାମାୟାର ଆଶିଷ । ଶରତ ଅମ୍ବର କେଡ଼େ ନିରିମଳ ସତେ କି ନୀଳ ପାରାବାର, ପ୍ରକୃତି ସାଜଛି ରାଣୀର ବେଶ ଦିଶେ ଆହା କେତେ ମନୋହର । ଶରତସ୍ପର୍ଶ ସକାଳର କାକର ବେଳା, ମୋତି ସଦୃଶ ଦିଶେ ଘାସ ଉପରେ ଆଚ୍ଛାଦିତ କାକର ବିନ୍ଦୁର ମେଳା । ପରମେଶ୍ୱରୀଙ୍କ କରୁଣାର…

ଅଧିକ ପଢ଼ନ୍ତୁ
Panthasala o mun

ପାନ୍ଥଶାଳା ଆଉ ମୁଁ

କ୍ଲାନ୍ତ ଏକ ଅପରାହ୍ନ ଭଗ୍ନ ପାନ୍ଥଶାଳା ଆଉ ମୁଁ ଏକ ଅଦୃଶ୍ୟ ବୁଝାମଣା ଆମ ଭିତରେ । ଜରାଜୀର୍ଣ୍ଣ ତା’ ଶରୀର ଆଉ ଆତ୍ମଗ୍ଲାନିର ବହ୍ନିରେ ଲେଲିହାନ ମନ ମୋର । ସାଧନାର ପରିତୃପ୍ତି ନାହିଁ ଏଠି ନା ଅଛି ବିଚ୍ଛେଦର ଅବସାଦ । ଅନେକ ମିଳନର ମୁକସାକ୍ଷୀ ହୋଇବି ଆଜି ସେ ରାସ୍ତାକଡ଼ରେ ଏକା, ଏକ ଜାଗ୍ରତପ୍ରହରୀ ପରି । ଆଉ ମୁଁ !!! ଶୀତରାତି କାକରର ଆର୍ଦ୍ରତାରୁ ଶୋଷ ମେଣ୍ଟାଇବାକୁ ଚେଷ୍ଟାକରୁଥିବା ଏକ ତୃଷାର୍ତ୍ତ…

ଅଧିକ ପଢ଼ନ୍ତୁ
Durga

ଦୁର୍ଗା

ଷ୍ଟେସନ ରାସ୍ତାରେ ତା’ର ବାର ବର୍ଷର ଝିଅକୁ ଧରି ଖାଲି ହାତ ବଢ଼ାଇ ଯିବା ଆସିବା କରୁଥିବା ଲୋକଙ୍କୁ ଭିକ ମାଗୁଥିଲା ଦୁର୍ଗା । କେହି କେହି ସହୃଦୟ ବ୍ୟକ୍ତିମାନେ ଦୟାକରି ଟଙ୍କା ବଢ଼ାଇ ଦେଉଥିବାବେଳେ କେହି କେହି ତାକୁ ଦୂର୍ ଦୂର୍ ମାର୍ ମାର୍ କରୁଥାନ୍ତି । ଯେଉଁମାନେ କିଛି ଦେଉନଥିଲେ କି ତାକୁ ଦୂରେଇ ଯା କହୁନଥିଲେ, ସେମାନେ କାହିଁକି ତା’ର ଛୋଟ ଝିଅକୁ ଭିନ୍ନ ଏକ ଦୃଷ୍ଟିରେ ଚାହିଁ ଚାଲିଯାଉଥିଲେ ସେ ବିଷୟରେ…

ଅଧିକ ପଢ଼ନ୍ତୁ