You are currently viewing ଓଡ଼ିଶା
ଓଡ଼ିଶା

ଓଡ଼ିଶା

ଗୁଜୁରାଟରେ ଜନ୍ମ ହୋଇଥିବା
ଇଂରାଜୀ ମିଡିୟମର ସ୍କୁଲର ଷ୍ଟାଣ୍ଡାର୍ଡ-୨ରେ
ପଢ଼ୁଥିବା ମୋ ପୁତୁରା ବାପି ଭାରତ ମାନଚିତ୍ରରେ
ଓଡ଼ିଶାର ସୀମାରେ ହାତ ଲଗାଇ
ମୋତେ ପଚାରିଲା, “ଦାଦା, ଏଇଟା ଓଡ଼ିଶା ନା !
ଆମ ମାତୃଭୂମି ପରା ଓଡ଼ିଶା ।”
ନୀଳ ଚିହ୍ନିତ ଅଂଶକୁ ହାତ ଲଗାଇ କହିଲା,
“ଏଇଟା ଚିଲିକା ଆଉ ପାଖରେ ଥିବା
ମନ୍ଦିରକୁ ହାତ ଲଗାଇ କହିଲା ଏଇଟା ଶ୍ରୀମନ୍ଦିର ତ ଦାଦା !
ଜଗନ୍ନାଥ ପରା ଆମ ବଡ଼ଠାକୁର
ଅନେକ ମହିମା ଜଗନ୍ନାଥଙ୍କର ।”
ମୁଁ ଖାଲି ହଁ ମାରୁଥିଲି ।
ଓଡ଼ିଶା…. ତୁ ଏମିତି ପ୍ରେମର ବନ୍ଧନୀରେ ବାନ୍ଧିଦେ
ତୋ’ ପ୍ରତିଟି ସନ୍ତାନକୁ
ଯେଉଁଠି ଥିଲେବି ତୋ’ ସନ୍ତାନ ଗର୍ବର ସହ କହୁ
ମୁଁ ଓଡ଼ିଆ… ଓଡ଼ିଶା ମୋ’ ମାଆ….
ପ୍ରତିଟି ମୁହୂର୍ତ୍ତରେ ମନେପଡ଼ୁଥାଉ
ଚିଲିକା, ଜଗନ୍ନାଥ ଆଉ ଓଡ଼ିଶା ।

ଶ୍ରୀ ସତ୍ୟବ୍ରତ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସତ୍ୟବ୍ରତ ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।