You are currently viewing ଉତ୍କଳ ଦିବସ
ଉତ୍କଳ ଦିବସ

ଉତ୍କଳ ଦିବସ

ଓଡ଼ିଆ ଅମେରେ ସବୁରି ଆଗରେ,
ଉର୍ଦ୍ଧେ ଆମରି ମଥା ।
ଗରବେ କହିବା ଓଡ଼ିଆ ଆମେରେ
ଓଡ଼ିଆ ମୋ ମାତୃଭାଷା ।

ଆମରି ଠାକୁର ଜଗତରନାଥ ନୀଳାଦ୍ରି ନୀଳାଚଳ,
ସରଗେ ସେ ମହୋଦଧି
ଉତ୍କଳ ଜନନୀର ପଦଧୌତ କରେ
ସରିତ୍ ସେ ମହାନଦୀ ।

ଆମରି ମାଟିର ଭଞ୍ଜ ଗୋପବନ୍ଧୁ
ଦାୟଦ ଆମେ ତାଙ୍କରି
ବଜିଆ ରକତ ବହୁଛି ଏ ଦେହେ
ହେବରେ କେ ଆମ ସରି ।

ଚଣ୍ଡାଶୋକ ଏଠି ଧର୍ମାଶୋକ ହୋଇ
ନୂଆଁଇଛି ତା’ର ମଥା
ଜଗତ ଜାଣିଚି ତୁମେ ବି ଜାଣିଛ
ଏଇ ଇତିହାସ କଥା ।

ମଧୁଗନ୍ଧ ଛୁଟେ ମାଟିରୁ ଆମରି
ସ୍ନେହବୋଳା ମୋ ଭାଷା ।
ଭଗ୍ନ କୋଣାର୍କ ଗର୍ବେ କୁହେ ଆଜି
ଆମ କିରତିର ଗାଥା
ଗରବେ କହିବା ଓଡ଼ିଆ ଆମେରେ
ଓଡ଼ିଆ ଆମ ଭାଷା
ଡରିବାନି କେବେ ନୁଆଇଁକି ମଥା
ହଉ ସେ ପରାଣ ବ୍ୟଥା ।

ରାଜେଶ୍ ରଥ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରାଜେଶ ରଥ ଜଣେ ଓଡ଼ିଆ ଗାଳ୍ପିକ ତଥା କବି । ସେ ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର ଗଳ୍ପ ରଚନା କରନ୍ତି, ଯାହାକି ଅନେକ ପତ୍ରପତ୍ରିକା ସ୍ଥାନ ପାଇଛି । ଗଞ୍ଜାମ ଜିଲ୍ଲାର ଆସ୍କାର ଅଧିବାସୀ ରାଜେଶ ପେଶାରେ ଜଣେ ଗଣିତ ଶିକ୍ଷକ ।