You are currently viewing ତୁମେ ହିଁ ଜୀବନ
ତୁମେ ହିଁ ଜୀବନ

ତୁମେ ହିଁ ଜୀବନ

ତୁମେ ହିଁ ଜୀବନ ତୁମେ ହିଁ ପ୍ରାଣ
ତୁମେ ଜୀବନର ଆଧାର,
ତୁମେ ଜଳ ତୁମ ବିନା ଏ ସାରା
ଜଗତ ହୁଏ ହାହାକାର ।

ଟୋପାଏ ଜଳରେ ଛୋଟ ଚାରାଟି
ବୃକ୍ଷରେ ପରିଣତ ହୁଏ,
ସେହି ବୃକ୍ଷ ବର୍ଷାଜଳ ପୃଥିବୀକୁ
ଆଣିବାରେ ସାହାଯ୍ୟ କରାଏ ।

ଜଳ ବିନା କୃଷି ହୁଏ ନାହିଁ ସମ୍ଭବ
କୃଷକକୁ ଲୋଡ଼ା ନୀର,
କୃଷିକାର୍ଯ୍ୟଠାରୁ କଳ କାରଖାନା
ସବୁଠି ଜଳ ଦରକାର ।

ହେ ସାରା ବିଶ୍ଵ ମାନବ ସଚେତନ
ହୁଅ ସୁରକ୍ଷା କର ଜଳ,
ବିନ୍ଦୁରେ ବିନ୍ଦୁ ହୋଇ ସିନ୍ଧୁ ଗଢ଼ିହୁଏ
ସେହି ତ ଆମ ଜଳ ।

ଜଳ ହିଁ ଜୀବନ ଜଳକୁ କେବେ
କରିବା ନାହିଁ ଅପଚୟ,
ବର୍ଷା ଦିନେ ଜଳକୁ ଅଧିକରୁ ଅଧିକ
କରିବା ସଞ୍ଚୟ ।

ସମ୍ବିତ ଦାଶ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସମ୍ବିତ ଦାଶ ଓଡ଼ିଆ ଭାଷାରେ ବିଭିନ୍ନ କବିତା ରଚନା କରନ୍ତି । ସେ ଜଗତସିଂହପୁର ଜିଲ୍ଲାର ଏରସମାସ୍ଥିତ ପଲ୍ଲୀକଣ୍ଟାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ରଚିତ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।