You are currently viewing ମା’
ମା'

ମା’

ସୃଷ୍ଟିର ସେ ଯେ କମନୀୟ ରୂପ
ହାସ୍ୟମୟୀ, ଲାସ୍ୟମୟୀ ଦେବୀର ସ୍ୱରୂପ ।

ଅଶାନ୍ତିର ହୃଦେ ଦିଏ ଶାନ୍ତିର ପ୍ରଲେପ,
କୋଟି ଅନ୍ଧାକାରେ ତୁହି ଗୋଟିଏ ପ୍ରଦୀପ ।

ତୋ’ ଅନ୍ତରରୁ ଝରେ ପ୍ରୀତି-ପୀୟୁଷର ଧାରା,
ଅବାରିତ ମନ ତତେ ଖୋଜେ ନିତି ପରା ।

ସନ୍ତାନର ଅଟୁ ତୁହି ଏତେ ଆପଣାର,
ପ୍ରବାସରେ ମନ ଝୁରେ ତୋହରି ଆଦର ।

ଏ ଜଗତେ ଲୋଡ଼ା ଖାଲି ତୋ’ର ସ୍ନେହ ପ୍ରୀତି,
ତା’ଠାରୁ ବଡ଼ ତ ନାହିଁ ଅମୂଲ୍ୟ ସମ୍ପତ୍ତି ।

ସ୍ନେହ ମମତାରେ କରୁ ଜଗତକୁ ବଶ,
ଜଗତ ଲୋଡ଼ୁଛି ଖାଲି ତ’ର ଶୁଭାଶିଷ ।

ଦୂର ଦେବାଳୟେ ଯିବା ନାହିଁ ପ୍ରୟୋଜନ,
ତୋ’ର ସେବା କରି ଯାଉ ସକଳ ଜୀବନ ।

ଚିନ୍ମୟୀ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଚିନ୍ମୟୀ ସାହୁ ଜଣେ ଓଡ଼ିଆ ଲେଖିକା ଯିଏକି ବିଭିନ୍ନ ସାମାଜଧର୍ମୀ ରଚନା ଆଦି କରିଥାନ୍ତି । ତାଙ୍କ ଆଲେଖ୍ୟଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।