ରଜ ପରବ
ବାର ମାସରେ ତେର ପରବ ତହିଁରୁ ଅନନ୍ୟ ରଜ ପରବ ଓଡ଼ିଶା ମାଟିର ଗର୍ବ ଗୌରବ… ତିନି ଦିନର ଏହି ପାଳି ଉତ୍ସବ !! ରୋୖଦ ତାପରେ ଅତିଷ୍ଟ ଧରା… ପହିଲି ବର୍ଷାର ଆଶାୟୀ ପରା… ଋତୁସ୍ନାତା ମା’ ମୋ ବସୁନ୍ଧରା… କଷଣ ନ ଦେବା ବର୍ଜିତ ପରା !! ପ୍ରଥମ ଦିବସ ଅଟଇ ସଜବାଜ… ତହିଁଆର ଦିନ ପହିଲି ରଜ… ବିତଇ ସମୟ ଖେଳ, କୁଦ ମଉଜ… ମଝିଆଁ ଦିନଟି ଅଟେ ସଂକ୍ରାନ୍ତି ଆଜ !! ଅନ୍ତିମ ଦିନଟି ବସୁମତୀ…

