You are currently viewing ରଜ ପରବ
ରଜ ପରବ

ରଜ ପରବ

ବାର ମାସରେ ତେର ପରବ
ତହିଁରୁ ଅନନ୍ୟ ରଜ ପରବ
ଓଡ଼ିଶା ମାଟିର ଗର୍ବ ଗୌରବ…
ତିନି ଦିନର ଏହି ପାଳି ଉତ୍ସବ !!

ରୋୖଦ ତାପରେ ଅତିଷ୍ଟ ଧରା…
ପହିଲି ବର୍ଷାର ଆଶାୟୀ ପରା…
ଋତୁସ୍ନାତା ମା’ ମୋ ବସୁନ୍ଧରା…
କଷଣ ନ ଦେବା ବର୍ଜିତ ପରା !!

ପ୍ରଥମ ଦିବସ ଅଟଇ ସଜବାଜ…
ତହିଁଆର ଦିନ ପହିଲି ରଜ…
ବିତଇ ସମୟ ଖେଳ, କୁଦ ମଉଜ…
ମଝିଆଁ ଦିନଟି ଅଟେ ସଂକ୍ରାନ୍ତି ଆଜ !!

ଅନ୍ତିମ ଦିନଟି ବସୁମତୀ ପୂଜନ…
କିଶୋରୀମାନଙ୍କ ମୁଖ୍ୟ ପାର୍ବଣ…
କ୍ଷୀରି, ପୁରୀ, ମିଠା ସର୍ବେ ବଣ୍ଟନ…
ବାଗୁଡ଼ି ଖେଳରେ ବିତାଇ ଦିନ !!

ବିଦେଶୁ ସରବେ ଆସନ୍ତି ଧାଇଁ…
ଆନନ୍ଦେ ଛୁଟି ଦିନ କାଟିବା ପାଇଁ…
ଆମୋଦେ ପରିବାର ସାଥିରେ ରହି…
ପର୍ବାଣି ମନାନ୍ତି ସାଙ୍ଗସାଥିଙ୍କୁ ନେଇ !!

ଆନନ୍ଦେ ଉତ୍ସବେ କଟେ ରଜ ପରବ…
ରହିଥାଉ ସଦା ମୈତ୍ରୀ, ଭାତୃ ଭାବ…
ଯାନୀଯାତ୍ରା ଋଷି ବ୍ୟାଖ୍ୟା ଉଦ୍ଭବ…
ଓଡ଼ିଆ ଭାଇ, ଭଉଣୀଙ୍କ ମାନ ଗରବ !!

– ନିର୍ମଳ ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ନିର୍ମଳ ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।