You are currently viewing କୋରୋନାରେ ରଜ
କୋରୋନାରେ ରଜ

କୋରୋନାରେ ରଜ

ବନସ୍ତେ ଡାକିଲା ଗଜ
ଏଇ ବରଷ ବି ହେଉନି ରଜ
ହେଉନି ରଜ ଲୋ
ଘରେ ହୁଅ ସଜବାଜ ॥

ଦୁଇଟା ବରଷ ଗଲା
ଘରେ ବସି ବସି ଦିନ କଟିଲା
ଦିନ କଟିଲା ଲୋ
କୋରୋନା କିଅଣ କଲା ॥

ରଜଦୋଳି ସାଇଁ ସାଇଁ
କେବେ ଯେ ସରିବ ଜାଣୁ ତ ନାଇଁ
ଜାଣୁ ତ ନାଇଁ ଲୋ
ମୁଣ୍ଡ କରେ ଘାଇଁ ଘାଇଁ ॥

ରଜ ଦୋଳି ଖସ ଖସ
ବିନା ପରୀକ୍ଷାରେ ହେବୁଟି ପାସ
ନହେଲେ ଲୋ
ଘେରାଉ କରିବା ଆସ ॥

ଆକାଶୁ ଗଳିଲା ପାଣି
ଗାଁ ଝିଅ ହୁଏ ରଜର ରାଣୀ
ରଜର ରାଣୀ ଲୋ
ପଣିକା ଜାଣେନି ପୁଣି ॥

ବିଲ ପାଣି ସକ ସକ
ଗଧ ବସିଅଛି ଯେ ବିଚାରକ
ସେ ବିଚାରକ ଲୋ
ରଙ୍ଗ ଯେ ଦେଖିବ ଦେଖ ॥

ପୋଖରୀ କୂଳରେ କିଆ
ଫଳ ବଜାରରେ ଲାଗିଲା ନିଆଁ
ଲାଗିଲା ନିଆଁ ଲୋ
ସତ୍ୟବାନ ଯେ ଛାନିଆଁ ॥

ନାଉରୀ ମାରୁଛି କାତ
ଏଇ ବରଷ ବି ହେବନି ରଥ
ହେବନି ରଥ ଲୋ
ରକ୍ଷା କର ଜଗନ୍ନାଥ ॥

ଚାଳରୁ ଝୁଲୁଛି ଶିକା
କୋରୋନା କାଳରେ ପରବ ଫିକା
ପରବ ଫିକା ଲୋ
ଚାଲ ସବୁ ନେବା ଟୀକା ॥

ଆକାଶେ କଳା ବଉଦ
ଲକଡାଉନୁ ଯେ ଗୋଦରା ଗୋଡ଼
ଗୋଦରା ଗୋଡ଼ ଲୋ
ଖୋଲା ଯେତେ ସେତେ ବନ୍ଦ ॥

ଚୁଲିରେ ବସିଛି ହାଣ୍ଡି
ବାହାରକୁ ଗଲେ ବାନ୍ଧିବୁ ତୁଣ୍ଡି
ବାନ୍ଧିବୁ ତୁଣ୍ଡି ଲୋ
କୋରୋନା ଆସିବ ମାଡ଼ି ॥

ନଈ ବାଲି ସରୁ ସରୁ
ଭେଟ ଘାଟ ହେବା କୋରୋନା ସରୁ
କୋରୋନା ସରୁ ଲୋ
ଏବେ ବାହାରନି ଘରୁ ॥

ଚମ୍ପକେଶ୍ୱର ମହାନ୍ତ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଚମ୍ପକେଶ୍ୱର ମହାନ୍ତ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚନାଗୁଡ଼ିକ ଅନେକ ସମୟରେ ସୋସିଆଲ୍ ମିଡିଆରେ ପ୍ରକାଶ ପାଇ ପାଠକୀୟ ଆଦୃତି ଲାଭ କରିଛି ।