You are currently viewing ତମ ଭାବନାରେ
Odia Poem Tama Bhabanare (ତମ ଭାବନାରେ) by Purnima Leknka

ତମ ଭାବନାରେ

ସକାଳୁ ଦ୍ୱିପହର ପର୍ଯ୍ୟନ୍ତର
ତମାମ କଳହ ପରେ
ମନ, ମସ୍ତିଷ୍କ ଥକିଗଲା ପରେ

ଦିପହରୁ ଆସି ଗୋଧୂଳି ବେଳାରେ
ନିଷ୍ପତ୍ତି ନେଲି, ଆଉ ନୁହଁ ବାସ
ପୂର୍ଣ୍ଣଛେଦ ଏଠାରେ ।

ଏତେ ଦିନର ଦୀର୍ଘତମ ସମ୍ପର୍କରେ
କ’ଣ ପାଇଛି ତୁମଠାରେ?
ପ୍ରଶନବଚି ଉଠେ ମନ ଉହାଡ଼ରେ !

ଭାବନାର ସଂଘର୍ଷ ମଧ୍ୟରେ
ବର୍ତ୍ତମାନ ଭବିଷ୍ୟତର କୁହୁଳିକାରେ
ରାଗ ଅଭିମାନ ମିଶା ମନରେ ।

ନିଷ୍ପତି ଶୁଣେଇଲି ତମ ଆଗରେ
ପୂର୍ଣ୍ଣଛେଦ ଚାହେଁ ଏଇ ସମ୍ପର୍କରେ
କିଛି ଆସ ନାହିଁ ପ୍ରତି ଉତ୍ତରରେ ।

ଗୋଧୂଳିରୁ ରାତ୍ରି ସତେ ବହୁ ଦୂରରେ
ମନ କୋଠା ତମ ପାଖେ ବ୍ୟକ୍ତ କୋଳ ପରେ
ସମୟ ରହିଯାଇଛି ଯେପରି ମୋ କାନ୍ଥ ଘଣ୍ଟାରେ ।

ସତେ ଅବା ପ୍ରେମ ଲୁଚି ରହିଥିଲା
ରାଗ ଅଭିମାନ ମିଶା ସମ୍ପର୍କରେ
ତମ ମୋ ଭବନରୁ ଅନେକ ଦୂରରେ ।

ସମସ୍ତ ଅଶାନ୍ତିର ପରିସମାପ୍ତି ପରେ
ମନ ବୁଝିଯାଏ ସ୍ୱର୍ଗ ଶାନ୍ତି ମିଳେ
କେବଳ ତମ ଭାବନାରେ ।

– ପୂର୍ଣ୍ଣିମା ଲେଙ୍କା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପୂର୍ଣ୍ଣିମା ଲେଙ୍କା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।