Garbharu Asuchi Ali

ଗର୍ଭରୁ ଆସୁଛି ଅଳି

ନା ଅନ୍ଧାରରେ ମରିବାକୁ ଚାହେଁନା ମୁଁ ଦୁନିଆକୁ ଦେଖିବି, ଡଷ୍ଟବିନ୍‌ରେ ପଡ଼ିବାକୁ ଚାହେଁନା ଘରେ ଟିକିଏ ରହିବି, କେବେ ଅନାଥ ହେବାକୁ ମୁଁ ଚାହେଁନା ତମ ସ୍ନେହ ଟିକେ ନେବି, ହେ ମାଆ ଟିକିଏ ସୁଯୋଗ ଦେ ମୋତେ, ମୁଁ ଦୁନିଆକୁ ଦେଖିବି । କୁନିପାଦ ରେ ଧରଣୀ ରେ ନାଚିବି ମୁଁ ମିଠା ଗୀତ ଗାଇବି, କଠିନ ପରିଶ୍ରମ କରି ପଢ଼ିବି ବଡ଼ ମଣିଷଟେ ହେବି, ହେ ମାଆ ଟିକିଏ ସୁଯୋଗ ଦେ ମୋତେ ମୁଁ ଦୁନିଆକୁ…

ଅଧିକ ପଢ଼ନ୍ତୁ
Jay Ma Durga

ଜୟ ମା’ ଦୁର୍ଗା

ମହିଷା ମର୍ଦ୍ଦିନୀ ଦୁଷ୍ଟ ନିବାରିଣୀ ଅବତରି ଆସ ମା, ସିଂହ ବାହିନୀ ଦୁର୍ଗତି ନଶିନୀ ସକଳ ଜନଙ୍କ ମା’ । ସଙ୍କଟ ହାରିଣୀ ତୁହି ମା’ ଜନନୀ ଦୁଷ୍ଟକୁ କଲ ନିପାତ ତ୍ରାହି ତ୍ରାହି ଧରା ଡାକିଲା ଯେବେ ଉଦ୍ଧାର କଲ ଜଗତ । ହସେ ଏ ପୃଥିବୀ ତୁମ୍ଭ ଆଗମନେ କାଶତଣ୍ଡୀ ଗାଏ ଗୀତ ଆଶ୍ୱିନ ମାସରେ ଘରେ ଓ ମଣ୍ଡପେ ପୂଜା କରେ ଏ ଜଗତ । ଆବାହନ କରେ ଭକତ ମା’ଙ୍କୁ ଦଶଭୂଜା ହୁଅ ଉଭା, ଶକ୍ତି…

ଅଧିକ ପଢ଼ନ୍ତୁ
Abyartha Bindhani

ଅବ୍ୟର୍ଥ ବିନ୍ଧାଣୀ

ବାଣ ପରେ ବାଣ ମାରି ଚାଲିଛି ସେ ଫନ୍ଦି ଫିକର ସେ ଜାଣେ ବିଚିତ୍ର ବିନ୍ଧାଣୀ ଅବ୍ୟର୍ଥ ତା’ ଲକ୍ଷ, ତା’ର ସମ କେହି ନୁହେଁ । ସବୁ ଜାଣି ଶୁଣି କିଛି ନ ଜାଣିବା ଅଭିନୟ କରୁଥାଏ କେତେ ପରୀକ୍ଷାର ଜାଲ ରେ ପକାଏ ଧୈର୍ଯ୍ୟ ପରୀକ୍ଷା ସେ କରେ । ପରୀକ୍ଷା ଜାଲରେ ବାନ୍ଧିଲା ବଳିକୁ ଚାପିଲା ତାକୁ ପାତାଳେ ଗୋଟିଏ ପାଦରେ ମରତ ମାପିଲା ଆର ପାଦ ସ୍ଵର୍ଗ ପୁରେ । ସେଇ ପେଶିଥିଲା ସୁଦର୍ଶନ ଚକ୍ର…

ଅଧିକ ପଢ଼ନ୍ତୁ
Durga

ଦୁର୍ଗା

ଶୂନ୍‌ଶାନ୍ ସନ୍ଧ୍ୟା । ମିନୁ ତରତର ହୋଇ ବଜାରରୁ ଫେରୁଥାଏ । କାଲି ପରୀକ୍ଷା ଅଛି ଯେ, ସେ ଆଡ୍‌ମିଟ୍ କାର୍ଡ଼୍ ବାହାର କରି ଆସୁ ଆସୁ ସନ୍ଧ୍ୟା ହେଇଗଲା । ୭ଟା ପାଖା ପାଖି ସମୟ, ଦୁର୍ଗା ପୂଜା ସମୟ । ରାସ୍ତାରେ ଚାଲିଥାଏ ଛାତିକୁ ପଥର କରି । କୌଣସି ଅଟୋ ରହୁନଥାଏ । ସେମିତି ଚାଲିଥାଏ ତା’ ପାଦ । ହଠାତ୍ ପଛରୁ ୩-୪ ଜଣ ଲୋକଙ୍କ ପାଦ ଶବ୍ଦ ଶୁଭିଲା, ଛାତିର ସ୍ପନ୍ଦନ ତା’ର ବଢ଼ିଲା । ବର୍ତ୍ତମାନ ସମୟର କରାଳ ଦୃଶ୍ୟ…

ଅଧିକ ପଢ଼ନ୍ତୁ
Au Nahi

ଆଉ ନାହିଁ

ତୁମର ସେ ଦୁର୍ବଳତା ଆଉ ନାହିଁ ଆଗ ଭଳି ମୋ ଶବ୍ଦ ମାନଙ୍କ ପ୍ରତି, ତୁମର ସେ ବିହ୍ୱଳତା ଆଉ ନାହିଁ ବିତୃଷ୍ଣାରେ କଟେ ମୋର ରାତି । ତୁମର ଆଉ ସେ ଉଦ୍ଧାମତା ନାହିଁ ମୋ ନିରବତାର ମରୁଭୂମି ଉପରେ ଅସରାଏ ଧ୍ଵନି ହୋଇ ବର୍ଷିବାକୁ, ଆଉ ନାହିଁ ତୁମର ସେ ସଂଯମତା ଛିନ୍ନ କରି ମୋ ସଂଭ୍ରମତାର ଶିକୁଳୀ ଭେଟିବାକୁ ମୋ ନିନ୍ଦା ପରର ସତ୍ୟତା । ଆଉ କାହିଁ ଦେଖୁନି ତୁମଠି ସେ ଉତ୍ସୁକତା ସ୍ୱାର୍ଥମାନେ…

ଅଧିକ ପଢ଼ନ୍ତୁ