ଦିନ ଥିଲା ସେ ଶୀତ ବି ଥିଲା
ଥରୁଥିଲା ଓଠଟି ତା’ର
ଥରି ଯାଉଥିଲା ତା’ର ଶରୀର
ଚାଦର ଘୋଡ଼ାଇ ହେଇ ଆସେ ସେ ନି’ତି ବଜାର
ଲାଗୁଥିଲା ନିଆଁ ଧୁନିର ଉପଚାର
ଦଳ ଦଳ ହୋଇ ବସୁଥିଲେ ଏକ ପ୍ରକାର
କାଇଁ ସେ ଟୋକା କାଇଁ ସେ ବୁଢ଼ା
ସମସ୍ତେ କରୁଥିଲେ କିଛି ନା କିଛି ଆଳାପ ବିଚାର
ଭଲ ଲାଗୁଥିଲା ସେଇ ସମୟର ମେଳାପ ବିଚାର ।
– ଦେବାଶିଷ ମହାପାତ୍ର