You are currently viewing ଶାଶ୍ୱତ ପ୍ରେମ
Odia Poem Saswat Prema (ଶାଶ୍ୱତ ପ୍ରେମ) by Subham Kumar Sahoo

ଶାଶ୍ୱତ ପ୍ରେମ

ବଗିଚାର ଫୁଟା ଗୋଲାପ
ଏବେ ସମ୍ପୂର୍ଣ୍ଣ ମଉଳା,
ଝାଉଁଳି ପଡ଼ିଛି ଆଜି ତା’ର
ସତେଜ ପାଖୁଡ଼ା,
ପ୍ରେମ ଆଜି ପାଲଟିଛି
ରାସ୍ତାକଡ଼ର ଅଳିଆ
ବଦଳି ଯାଇଛି ଆଜି
ରୂପରେଖା ଏ ପ୍ରେମର ।

ଅନ୍ଧକାର ଅଛି ସିନା
ଆଲୁଅ ଦେଖେଇବା ପାଇଁ କେହି ନାହିଁ ।
ବିଚ୍ଛେଦ ଅଛି ସିନା
ସଂଯୋଗ ପାଇଁ ଆଉ ସାହସ ନାହିଁ ।
ଶୁଭୁନି ଆଉ ସେ ବିରହର ସ୍ୱର,
ଆଧୁନିକ ସଭ୍ୟତା ତଳେ
ଚାପି ହେଇ ଆଜି
ପ୍ରେମ କରୁଛି କରୁଣ ଚିତ୍କାର
ଶୁଭୁନି ତା’ର ଡାକ କାହାକୁ
ଲୁହ ଗଡ଼ାଇ ପ୍ରେମ ଜଣାଉଛି କରୁଣ ବେଦନା
ତଥାପି ଏ ଦୁନିଆ କହୁଛି
ପ୍ରେମ କୁଆଡ଼େ ସତ୍ୟ, ଶିବ, ସୁନ୍ଦର !

– ଶୁଭମ୍ କୁମାର ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶୁଭମ୍ କୁମାର ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।