You are currently viewing ମୋର ପ୍ରିୟ ବନ୍ଧୁ
Odia Poem Mora Pirya Bandhu (ମୋର ପ୍ରିୟ ବନ୍ଧୁ) by Santosh Kumar Parida

ମୋର ପ୍ରିୟ ବନ୍ଧୁ

ଆହକି ସୁନ୍ଦର ତାହାର ସୌନ୍ଦର୍ଯ୍ୟ
ମୁଖରିତ କରେ ମନ
ସବୁଜିମା ଭରେ ମନ ହୃଦୟରେ
ଅଜ୍ଞାନକୁ ଦିଏ ଜ୍ଞାନ ॥

ତାହାରି ମୁଁହ ଶ୍ୟାମଳ ସୁନ୍ଦର
ମନକୁ କରେ କୋମଳ
ଆନନ୍ଦ ସଞ୍ଚାରେ ନବୀନ ଚିତ୍ତରେ
ପ୍ରାଣକୁ କରେ ଶୀତଳ ॥

ତାହାରି ହସ ସରସ ସୁନ୍ଦର
ଆତ୍ମାକୁ କରେ ଉଜ୍ୱଳ
ମଞ୍ଜୁଳ ବିକାଶେ ଅନୁରାଗ ବାନ୍ଧେ
ଜୀବନ କରେ ସଫଳ ॥

ତାହାରି ଦାନ ଲଳିତ ମଧୁର
ଦିଏ ନିତି ନୂଆ ତତ୍ତ୍ଵ
ମଧୁ ବାଣ୍ଟେ ମଧୁକ୍ଷରା ପରି
ମମତାର ଆଧିପତ୍ୟ ॥

ଆତ୍ମାର ସିନ୍ଧୁ ମୋର ପ୍ରିୟ ବନ୍ଧୁ
ସେନେହର ରୂପରେଖ
ଆତ୍ମୀୟ ପରଶ ତାହାରି ସ୍ପର୍ଶ
ସତେ ଅବା ମୁକ୍ତ ରଙ୍ଗ ॥

ସୁଗନ୍ଧ ବାଣ୍ଟଇ ସୁକୁମାରୀ କନ୍ୟା
ମାଟିରୁ ଆକଶ ଯାଏଁ
କରୁଣା ବାଣ୍ଟଇ ରୂପଚର୍ଯ୍ୟା ସେତ
ଉଜ୍ୱଳ ବନ୍ଧୁତ୍ୱ ଯାଏ ॥

ସେହିତ ଆରମ୍ଭ ସେହିତ ଶେଷ
ସବୁକିଛି ମୋର ସେହି
ତାହାର ସ୍ନେହ ଆଉ ମମତାଠୁ ବଳି
ମୋ ପାଇଁ ତ ବଡ଼ କିଛି ନାହିଁ ॥

– ସନ୍ତୋଷ କୁମାର ପରିଡ଼ା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସନ୍ତୋଷ କୁମାର ପରିଡ଼ା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।