Odia Story Pua Pain Guitar (ପୁଅ ପାଇଁ ଗୀଟାର୍) by Deepak Sarangi

ପୁଅ ପାଇଁ ଗୀଟାର୍

୨୦୦୯ ମସିହା ଅକ୍ଟୋବର ମାସ । କଟକରେ ଦଶହରା ସମୟ । ମା’ଙ୍କ ଆଗମନରେ ସାରା ସହର ଉତ୍ସବ ମୁଖର । ଯୁଆଡ଼େ ଚାହିଁବ ରଙ୍ଗୀନ ଆଲୋକର ରୋଷଣୀ । ସେଦିନ ହୋଇଥାଏ ମହାଷ୍ଟମୀ । ବିଡ଼ାନାସୀରୁ ଗୋଟେ ପ୍ରୋଗ୍ରାମ ସାରି ମୁଁ ମୋ ମଟରସାଇକେଲରେ ଘରକୁ ଫେରୁଥାଏ । ରାତି ପ୍ରାୟ ୧୧.୩୦ ହେବ । କାନ୍ଧରେ ପକେଇଥାଏ ମୋ ଗୀଟାର । ପ୍ରଶାସନର କଡ଼ା ନିୟମ ରାତି ଦଶଟା ପରେ ସବୁ ମେଲୋଡ଼ି କାର୍ଯ୍ୟକ୍ରମ ବନ୍ଦ । କାଠଯୋଡ଼ି ରିଂବନ୍ଧ ଦେଇ ଆସୁଥାଏ ମୁଁ; ସନ୍ଧ୍ୟାବେଳେ ଟିକେ…

ଅଧିକ ପଢ଼ନ୍ତୁ
Odia Poem Jibanasathi (ଜୀବନସାଥୀ) by Soubhagyabati Giri

ଜୀବନସାଥୀ

ଭାଗ୍ୟ ମତେ ଆଣି ପହଞ୍ଚାଇଦେଲା ଏମିତି ଶିଖର ସ୍ଥଳେ, ଉଚ୍ଚ ବେତନରେ ଚାକିରି କରିଛି ଦେଶବିଦେଶ ମୁଁ ବୁଲେ । ସଭିଏଁ କହନ୍ତି ବାହାହେବ ତମେ ଝଲମଲ ପ୍ରାସାଦରେ, ଜୀବନ ତୁମର ବିତିବ ବୃହତ ଆୟବ୍ୟୟର ଅଟକଳରେ । ଶାଶୁଘରେ ତୁମ ଥିବ ବହୁଟଙ୍କା ଗାଡ଼ି କୋଠା ଆଉ ଧନ, ତୁମ ସ୍ୱାମୀ ପାଖେ ହାତ ଯୋଡ଼ୁଥିବେ କେତେକେତେ ଅଧସ୍ତନ । ହସି ମୁଁ କହିଲି ଏସବୁରେ ମୋର ନାହିଁ କିଛି ପ୍ରୟୋଜନ, ସୁଶିକ୍ଷିତ ସ୍ନେହୀ ହୃଦୟଟେ ଲୋଡ଼ା ବୁଝିବ ଯେ…

ଅଧିକ ପଢ଼ନ୍ତୁ
Odia Poem Bou Katha Mane Pade (ବୋଉ କଥା ମନେ ପଡ଼େ) by Debabrata Barik

ବୋଉ କଥା ମନେ ପଡ଼େ

ମୋ ବୋଉ ପଣତ ଶ୍ରୀ ମନ୍ଦିର ନେତ ଦିଏ ସେ ଶୀତଳ ଛାୟା ସେ ପଣତ ତଳେ ନଥାଏ ତ ଡର ଆସୁ ଯେତେ ଝାଞ୍ଜି ବାଆ ॥ ରାତିରେ ବେଶି ସେ ପାରେ ନାହିଁ ଶୋଇ ରହିଯାଏ କାମେ ବାନ୍ଧି ଆମ ସଭିଙ୍କ ମନ ଜିତି ନିଏ ପରା ନାନା ପ୍ରକାରର ରାନ୍ଧି ॥ ମୋ ବୋଉ ମମତା ହୃଦ ନୀରବତା ହୃଦୟ ପବିତ୍ର ଗୀତା ତା’ ସ୍ନେହ ପରଶ ମୋ ପାଇଁ ଚନ୍ଦନ ହୃଦେ ଭରେ ଶୀତଳତା ॥…

ଅଧିକ ପଢ଼ନ୍ତୁ
Odia Bhajan Kemiti Achha He Kalia Thakura (କେମିତି ଅଛ ହେ କାଳିଆ ଠାକୁର) by Abhilipsa Sahoo

କେମିତି ଅଛ ହେ କାଳିଆ ଠାକୁର

ଶ୍ରୀକ୍ଷେତ୍ର ଅଧିର, ଭକ୍ତ ନାରଖାର କେମିତି ଅଛ ହେ କାଳିଆ ଠାକୁର ନିୟତି ପ୍ରକୃତି ସୃଷ୍ଟି ଆଦିରଥି ସଂସାର ଶ୍ରୀଧର ତ୍ରିଲୋକ ମୂରତି ପଞ୍ଚଭୂତ ପଞ୍ଚ ଇନ୍ଦ୍ରିୟ ପ୍ରକାଶେ ସୃଷ୍ଟ ଜଗତ କି ହେବ ‘ସତ୍’ ଶେଷେ ଆୟୁଷ ଅମୃତ କାଳଚକ୍ରର କବଚ ନୀଳଚକ୍ର ଅଖ ଅଙ୍କେ ଆଉ କି ସଙ୍କୋଚ ଦଶଦିଗ କୀର୍ତ୍ତି ସମାପ୍ତିବ ଦଶ ତୁଠେ କ୍ଷଣେ ପ୍ରଳୟ ଘେରିବ ଏଇ ଧରା ରଥେ ସଂସାର ସାଗର ପଦ୍ମେ ଲକ୍ଷ୍ମୀ ନାରାୟଣ ପୂର୍ଣ୍ଣରୂପ ପରଂବ୍ରହ୍ମ…

ଅଧିକ ପଢ଼ନ୍ତୁ
Odia Story Aphera Chithi (ଅଫେରା ଚିଠି) by Sweety Das

ଅଫେରା ଚିଠି

ପ୍ରିୟ ଗୌତମ, ତମେ ଭଲ ଆଛ ତ? ଅଶାକରେ ତମେ ସେଠାରେ ଭଲରେ ଥିବ । ଘରେ ବି ସମସ୍ତେ ଭଲରେ ଅଛନ୍ତି କିନ୍ତୁ ବାପାଙ୍କର ଟିକେ ଉଚ୍ଚ ରକ୍ତ ଚାପ ଯୋଗୁଁ ଦେହ ଅସୁସ୍ଥ ଅଛି । ତମେ ଜମା ଚିନ୍ତା କରନି, ମୁଁ ତାଙ୍କୁ ଠିକ ସମୟରେ ମେଡ଼ିସିନ୍ ଦେଇଦେଉଛି । ଆଉ ତମ ଝିଅ ଶ୍ରେୟା ଏବେ ନୂଆ ନୂଆ ସ୍କୁଲ ଯାଉଛି । ସେ ତମକୁ ବହୁତ ମିସ କରୁଛି । ଆଉ ଜାଣିଛ, ଗାଁ, ସାଇପଡ଼ିଶା, ବାପା,…

ଅଧିକ ପଢ଼ନ୍ତୁ