Odia Poem Ae Tuma Upahara 9ଏଇ ତ ତୁମ ଉପହାର) by Dr. Kaushik Kumar Panigrahi

ଏଇ ତ ତୁମ ଉପହାର

ତୁମେ କେତେ ଅଭିମାନୀ !! ଦେବାର କିଛି କ୍ଷମତା ନାହିଁ ବୋଲି, ତୁମେ ଅଳି କର, ଅର୍ଦ୍ଦଳି କର, ରାଗ, ରୋଷ ଓ ଅଭିମାନ ବି କର, ପରିଶେଷେ ତୁମର କେଇ ପଦ ମୃଦୁ ସଂଭାଷଣ, “ଯଦି ଭୁଲରେ କିଛି କହିଥିବି କ୍ଷମା କରିଦେବ ।” ମତେ ଭଲ ପାଇବା ଦିନଠୁଁ ଜାଣେନା, ତୁମେ କିଛି ପାଇଛ କି ନାଇଁ, ବରଂ ହରେଇଛ ନିଜସ୍ୱପଣ, ହରେଇଛ ମନର ସ୍ଥିରତା, ନିଜର ସ୍ଵାଧୀନତା, ପରିଶେଷେ ତୁମର କୁମାରୀ ଚପଳତା । ଦେଖତ ସମ୍ପର୍କ…

ଅଧିକ ପଢ଼ନ୍ତୁ
Odia Story Passport Size Photo (ପାସ୍ପୋର୍ଟ ସାଇଜ୍ ଫଟୋ) by Dr. Jayprakash Parida

ପାସ୍ପୋର୍ଟ ସାଇଜ୍ ଫଟୋ

ପିଜି ଏଣ୍ଟ୍ରାନ୍ସ ଫର୍ମ ଭରିବା ପାଇଁ ଫଟୋ ଉଠେଇବାକୁ ଷ୍ଟୁଡିଓ ଭିତରେ ଅପେକ୍ଷା କରୁଥିଲି । ଷ୍ଟୁଡିଓର କାଚ ଦୁଆର ସେପଟେ ବୁଢ଼ୀ ମାଉସୀ ଜଣେ ଚିନ୍ତିତ ଦେଖାଯାଉଥିଲା । ବୋଧହୁଏ କାଚ ଦୁଆରଟାକୁ କେମିତି ଖୋଲିବ ଜାଣି ପାରୁନଥିଲା ସେ । କେହିଜଣେ ଦୁଆର ଖୋଲି ବାହାରକୁ ଗଲାରୁ ସେ ଭିତରକୁ ଆସିଲା । ବୟସ ୬୦ ପାଖାପଖି ହେବ। ବାଇଗଣୀ ରଙ୍ଗର ଚିରା ସ୍କାର୍ଫ ଭିତରୁ ତା’ ମୁଣ୍ଡର ଅଧାପାଚିଲା ବାଳ ଗୁଡ଼ାକ ଦିଶୁଥାଏ । ପାଖରେ ତା’ର ୪-୫ ବର୍ଷର…

ଅଧିକ ପଢ଼ନ୍ତୁ
Odia Poem Shubhapallaba (ଶୁଭପଲ୍ଲବ) by Debabrata Dash

ଶୁଭପଲ୍ଲବ

ବଣମଲ୍ଲୀ ବଣେ ଫୁଟି, ପଡ଼ୁଥିଲା ଝଡ଼ି ଅସୁମାରୀ ସ୍ୱପ୍ନ ହାତେ, ଦେଇ ସେ କବରୀ ବାସଥିଲା ନ ଥିଲା ତ, ତା’ ବାସର ମୂଲ ମୂଲ ବୁଝି ମାଳି ସାଜି, ଯିଏ କରିନେଲା କୋଳ ମନରେ ଆଶା ସଞ୍ଚାରି, ମଳୟ ପରଶେ ଭରି ଚତୁର୍ଦ୍ଦିଗେ ଖେଳାଇଲା, ନୂଆ ଏକ ପଲ୍ଲବ… ଶୁଭପଲ୍ଲବ ସେ ଶୁଭପଲ୍ଲବ… ସେ ଶୁଭପଲ୍ଲବ… ଫଗୁଣଟା ସତେ, ଲାଗୁଥିଲା ରଙ୍ଗହୀନ ଫୁଲ ଲାଗୁଥିଲା ଫିକା ପଡ଼ିଥିଲା ମଳିନ ଶୁଭୁ ତ ନଥିଲା ଟିକେ, କୋଇଲିର…

ଅଧିକ ପଢ଼ନ୍ତୁ
Odia Poem Haere Thakura (ହାଏରେ ଠାକୁର) by Dr Sachin Sarangi

ହାଏରେ ଠାକୁର

ସତରେ କ’ଣ ତୁ ଜାଣିନୁ ମୋ ମନର ଅବିଶ୍ରାନ୍ତ କୋହକୁ ଆଉ ତୋ’ ପ୍ରତି ଅହେତୁକ ଆବେଗକୁ; ଅବୁଝାର ମନ ନେଇ ଖାଲି ବୁଝିବାର, ଖାମ୍‌ଖିଆଲି ଢଙ୍ଗରେ ବଲ ବଲ ଚାହିଁ ଥାଉ ସତେ ଯେମିତି, ସବୁ କିଛି ବୁଝିଛୁ ଆଉ ବୁଝି ସାରି, ସବୁ କିଛି କରୁଛୁ । ସେଦିନ ମୁଁ କ’ଣ, ଭୁଲ କରିଥିଲି? ମୋ ଡାକ ନ ଶୁଣି, ମୋ ମନକୁ ଠିକରେ ନ ପଢ଼ି ଏତେ ବଡ଼ ପାହାଡ଼ ପରା ବୋଝ ମୋ…

ଅଧିକ ପଢ଼ନ୍ତୁ
Odia Story Parijata (ପାରିଜାତ) by Abha Pradhan

ପାରିଜାତ

– ହେ ଅଥର୍ବ ! ଆଜି ଦିନଟା । ମୁଁ ଟିକେ ପାର୍ଲର୍ ଯିବି, ଡେରି ହେଇଯିବ । କାଲିର ସକାଳ ପ୍ରୋଗ୍ରାମ ପାଇଁ ସବୁ ସରିଯାଇଛି, ତୁ ଖାଲି ଫାଇନାଲ୍ ଟଚ୍ ଦେଇଦବୁ । – ଆଜ୍ଞା ମୋନା… ଡାର୍ଲିଂ… – ତୁ କେତେ ଭଲ କହିଲୁ ମୋ ସୁଇଟ୍ ବ୍ରୋ । – ନିଜ ଫାଇନାଲ୍ ଟଚ୍ ନିଜେ ଦେ । ପାର୍ଲରରେ କ’ଣ ମୋ ଭିଣେଇ ଭାଇ ବସିଛନ୍ତି? – ତତେ ରାଗିବା କିଏ ଶିଖେଇଲାରେ ! ଆଚ୍ଛା ଶୁଣ ! ଆଉ କେହି…

ଅଧିକ ପଢ଼ନ୍ତୁ