Odia Poem Prema Panta Tale (ପ୍ରେମ ପଣତ ତଳେ) by Ashutosh Meher

ପ୍ରେମ ପଣତ ତଳେ

କହିବି କହିବି ଓଠେ ରହିଗଲା ହୃଦୟ ତଳର ଆଶା, ଶୁଣିବି ଶୁଣିବି କାନେ ଅଟକିଲା ପ୍ରେମ ସୁମଧୁର ଭାଷା । ଚାହିଁ ଚାହିଁ ଚାହିଁ ଆଖିରେ ମରିଲା ଲହୁ ହୁଏ ଲୁହ ଧାର, ଏକାକୀ ଏକାକୀ ଚାତକ ପରାଣେ ଠିଆ ସମୟର ଭାର । ଏମିତି ଏମିତି ସରିଯାଉ ଦିନ ଆଶାର ସମାଧି କୋଳେ, ବାସନା ବାସନା ପ୍ରେମ ମହକରେ ତୁମରି ପଣତ ତଳେ । – ଆଶୁତୋଷ ମେହେର

ଅଧିକ ପଢ଼ନ୍ତୁ
Odia Poem Nirbasita (ନିର୍ବାସିତା) by Sonali Sucharita

ନିର୍ବାସିତା

ମା ! ତୁମ ଜରାୟୁର ଅନ୍ଧାରି ମୂଲକ; ଉଦ୍ଭାସିତ ହୋଇଛି ଆଜି ଏକ ନୂତନ ସୃଷ୍ଟିର ଝଲକ । କୈଶିକ ଝିଲ୍ଲୀର ଆସ୍ତରଣ ଗର୍ଭ-ନାଡ଼ର ସଂଯୋଗରେ ନିଶ୍ଚିତ ହୋଇ ଏଇତ ଆରମ୍ଭ ମାତ୍ର ମୋ ସନ୍ତରଣ । ତୁମରି ରକ୍ତ-ମାଂସରେ ଗଢ଼ା ଆରମ୍ଭ ହେଲା ମୋର ଗୋଟିଏ ପରେ ଗୋଟିଏ ଜୀବକୋଷ… ମୁଦ୍ରିତ ମୋ ଆଖିର ପତଳା ପରଦାରେ ନେଇ ଆଖିଏ ସ୍ୱପ୍ନ, ମୋ ଜୀବନ ଯେ କେବଳ ତୁମ ସ୍ନେହର ବଶ । ଆଜି ଦ୍ଵିତୀୟ ମାସରେ ତୁମର ପ୍ରଥମ ଅନୁଭବ,…

ଅଧିକ ପଢ଼ନ୍ତୁ
Odia Story Pana (ପଣା) by Satyabrata Parida

ପଣା

ଗୈାରୀଶଙ୍କର ଭଞ୍ଜ ଅବସରପ୍ରାପ୍ତ ସେନା ଅଧିକାରୀ । ଘର ଜଗତସିଂହପୁର ଜିଲ୍ଲାର ରଘୁନାଥପୁର । ପରିବାର କହିଲେ ଦୁଇ ପୁଅ, ଦୁଇ ଜଣ ଯାକ ବିବାହ କରିସାରିଛନ୍ତି । ବଡ଼ ପୁଅ ତ୍ରିଲୋଚନ, ବୋହୂ ମାନସୀ ଆଉ ନାତି ଆନନ୍ଦ ଭୁବନେଶ୍ୱରରେ ରୁହନ୍ତି । ସାନ ପୁଅ ରଜତ, ବୋହୂ ଶୁଭଶ୍ରୀ ଆଉ ନାତୁଣୀ ପ୍ରୀତି କଲିକତାରେ ରୁହନ୍ତି । ପତ୍ନୀ ବସୁନ୍ଧରା ଆରପାରିକୁ ଯିବା ସାତ ବର୍ଷ ହେଲାଣି । ପତ୍ନୀଙ୍କ ଅନ୍ତେଷ୍ଟିକ୍ରିୟା ସରୁ ସରୁ ଦୁଇ ପୁଅଙ୍କ ମଧ୍ୟରେ ବାପା କେଉଁଠି ରହିବେ,…

ଅଧିକ ପଢ଼ନ୍ତୁ
Odia Poem Tuma Bina (ତୁମ ବିନା) by Debabarata Barik

ତୁମ ବିନା

ତୁମ ବିନା… ମୋର ସବୁ ସ୍ୱପ୍ନ ରଙ୍ଗହୀନ ଇନ୍ଦ୍ରଧନୁ ପରି, ଖରାହୀନ ଦିନ ପରି ତାରା ଶୂନ୍ୟ ରାତି ପରି । ତୁମ ବିନା… ଏ ଜୀବନ ସ୍ରୋତ ତରଙ୍ଗ ହୀନ ସମୁଦ୍ର ପରି ଜୁଆର ହୀନ ନଈ ପରି ବାଲିଶୂନ୍ୟ ବେଳାଭୂମି ପରି । ତୁମ ବିନା… ମୋର ଅସ୍ତିତ୍ୱ ଫୁଲ ହୀନ ଫଗୁଣ ପରି ତୁଷାର ହୀନ ଶୀତ ପରି ପତ୍ର ଶୂନ୍ୟ ବୃକ୍ଷ ପରି । – ଦେବବ୍ରତ ବାରିକ

ଅଧିକ ପଢ଼ନ୍ତୁ
Odia Story Thank You Card (ଥାଙ୍କ ୟୁ କାର୍ଡ଼) by Soumyashree Tripathy

ଥାଙ୍କ ୟୁ କାର୍ଡ଼

ବାପା ଶବ୍ଦଟି ଶୁଣିବା କ୍ଷଣି ମନକୁ ଆସିଯାଏ ଏକ ଶକ୍ତ, କଠୋର ମଣିଷର ପ୍ରତିଛବି । ହେଲେ ବାପା ପରା ସେ ହୋଇଥାନ୍ତି ଯିଏ ଛୁଆଟିକୁ ସପନ ଦେଖେଇବା ଶିଖାନ୍ତି । ଲୁହ ପିଇ ହସିବା ଶିଖାନ୍ତି । ପିଲାଟିର ସବୁ ଅଳିକୁ ସହି, ନିଜର ସବୁ ସ୍ୱପ୍ନକୁ ଆଖିରେ ମାରି ନିଜ ସନ୍ତାନର ସବୁ ସ୍ୱପ୍ନକୁ ପୂରା କରନ୍ତି । ବାହାରୁ ଯେତେ କଠୋର ହେଲେ ମଧ୍ୟ ଭିତରେ ଏକ ସରଳ, ପ୍ରେମ ଭରା ହୃଦୟରେ ସବୁବେଳେ ନିଜ ଛୁଆମାନଙ୍କର ଆଦର…

ଅଧିକ ପଢ଼ନ୍ତୁ