Odia Poem Saharaku Asilapare (ସହରକୁ ଆସିଲା ପରେ) by Pravat Bal

ସହରକୁ ଆସିଲା ପରେ

ସହରକୁ ଆସିଲା ପରେ ଶିଖିଗଲି କେମିତି ରାଜରାସ୍ତାର କଳା ଆସ୍ତରରେ ଗ୍ରାମ ପଥକୁ କବର ଦିଆଯାଏ ଅଣଓସାରିଆ ଧୂଳି ଧୂସର ରାସ୍ତାକୁ ଭୁଲି ମାର୍ବଲ ଚଟାଣରେ ପାଦ ରଖାଯାଏ । କେମିତି ସୁରମ୍ୟ ପ୍ରାସାଦର ଚିକ୍କଣ ପ୍ରାଚୀରକୁ ବିଦେଶୀ ରଙ୍ଗର ଚିତ୍ରରାଜି ଚମକାଏ । ବୋଉର ଝୁମ୍ପୁଡ଼ି କାନ୍ଥରେ ପିଠଉ ବଟା ଅଙ୍କାବଙ୍କା ଝୋଟି ଚିତା ସବୁ କ୍ଷଣକ ଭିତରେ ଲିଭିଯାଏ । କେମିତି ସାହେବମାନଙ୍କ ନୈଶ୍ୟ ଭୋଜିରେ ଦାମୀ ବ୍ୟଞ୍ଜନକୁ ବିଲାତ ଢଙ୍ଗରେ ଫୋପାଡ଼ନ୍ତି, ବସ୍ତିର କାଙ୍ଗାଳ କ୍ଷୁଧାର୍ତ୍ତେ ଚିତ୍କାରୀ…

ଅଧିକ ପଢ଼ନ୍ତୁ
Odia Poem Swatantra Pradesh Odisha (ସ୍ୱତନ୍ତ୍ର ପ୍ରଦେଶ ଓଡ଼ିଶା) by Samita Sahoo

ସ୍ୱତନ୍ତ୍ର ପ୍ରଦେଶ ଓଡ଼ିଶା

ନାଁ ତୋ’ର ଉଡ୍ର, କଳିଙ୍ଗ, ଓଡ଼ିଶା ମମତାମୟୀ ତୁ ସେନେହ ଝରା, ମାତାମହୀ ମୋ’ ଭାରତ ହେଲେ ତୁ ମୋ ଜନନୀ ଶୋକ ପାଶୋରା । ମୋ ପୂର୍ବ ପୁରୁଷ ବିସ୍ତାରିଥିଲେ ଗଙ୍ଗାଠାରୁ ଗୋଦାବରୀ ଚୋଡ଼ଗଙ୍ଗ, ନରସିଂହ, ଅଶୋକ ଖାରବେଳ, ଯଯାତି କେଶରୀ । କଳା ସଂସ୍କୃତିର ଜନମ ଭୂଇଁ ତୁ ଖଣ୍ଡଗିରି, କୋଣାର୍କ, ଲିଙ୍ଗରାଜ ପୁରୀ, ରତ୍ନଗିରି, ଧଉଳି ପାହାଡ଼ କଳା ଭାସ୍କର୍ଯ୍ୟରେ ପରିପୂର୍ଣ୍ଣ ଶେଯ । କାଳର କରାଳ ଗତିରେ ଆମେ ହେଲୁ ଯେବେ ଫିରିଙ୍ଗି ଅଧୀନ ବିଖଣ୍ଡିତ…

ଅଧିକ ପଢ଼ନ୍ତୁ
Odia Essay on Swarnamayee Mora Utkala Janani (ସ୍ୱର୍ଣ୍ଣମୟୀ ମାଆ ମୋର ଉତ୍କଳ ଜନନୀ) by Chinmayee Sahoo

ସ୍ୱର୍ଣ୍ଣମୟୀ ମାଆ ମୋର ଉତ୍କଳ ଜନନୀ

“ସ୍ୱର୍ଣ୍ଣମୟୀ ମାଆ ମୋର ଉତ୍କଳ ଜନନୀ” ସ୍ୱତନ୍ତ୍ର ପ୍ରଦେଶ ଉତ୍କଳର ଜୟଗାନ କଲାବେଳେ ମନକୁ ଆସିଥାଏ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ଏହି ସୁନ୍ଦର ପଂକ୍ତିଟି । ସତରେ ଏହି ସ୍ୱର୍ଣ୍ଣପ୍ରସୂ ଓଡ଼ିଶା ମାଟିରେ ଜନ୍ମ ନେଇଛନ୍ତି କାହିଁ କେତେ ଯୁଗଜନ୍ମା ପୁରୁଷ, ଯାହାଙ୍କର ନିଷ୍ଠା, ତ୍ୟାଗ, ପ୍ରୀତି, ଧର୍ମ, ଭକ୍ତି ବଳରେ ଆମେ ପାଇଛନ୍ତି ସ୍ୱତନ୍ତ୍ରତାର ପରିଚୟ । ଆଜି ଜଦି କେହି ତା’ର ପିଲାଦିନକୁ ଫେରିଯାଏ ତା’ କାନରେ ଗୁଞ୍ଜରି ଉଠିବ ସେହି ଦୁଇପଦ କଥା- “ପାଠ…

ଅଧିକ ପଢ଼ନ୍ତୁ
Odia Poem Bou (ବୋଉ) by Sagar Nayak

ବୋଉ

ବୋଉ ମୁଁ ଆଜି ଖୋଜେ ତୋ’ ସେହ୍ନ ଶ୍ରଦ୍ଧା ଭରା ମମତା ନରମ କୋଳର ଉଷ୍ମତା ସେଇ ମତୁଆଲା ହସର ମଧୁରତା ତୋ’ ପଣତ କାନିର ଶୀତଳତା……..(୧) ବୋଉ ମୁଁ ଆଜିବି ଦେଖେ ସତ ମିଛ ଦୁନିଆକୁ ହସ ଖୁସି ସଂସାରକୁ ତୋ’ ଆଶୀର୍ବାଦ ଥିଲେ ସବୁବେଳେ ଚାଲିବି ଅନେକ ଦୂରକୁ ……(୨) ବୋଉ ସକାଳ ହେଲେ ମୁଁ ତୋ’ କଥା ଭାବେ ତୋ’ ହାତ ତିଆରି ଚୁନାକୁ ଦେଖିଲେ ତୋ’ ଛବି ଝଲସି ଉଠେ ତୋ’…

ଅଧିକ ପଢ଼ନ୍ତୁ
Odia Poem Mun Sikshita Bekari (ମୁଁ ଶିକ୍ଷିତ ବେକାରୀ) by Ganesh Das

ମୁଁ ଶିକ୍ଷିତ ବେକାରୀ

ପିଲାଦିନୁ ସ୍ୱପ୍ନ ଥିଲା ବଡ଼ ହୋଇ ଚାକିରି କରିବି, ପରିଣତ ବୟସରେ ବାପାଙ୍କ କାନ୍ଧରୁ ଭାର ନେବି, ପୁଳା ପୁଳା ଟଙ୍କା ଖରଚ କରି ମୁଁ ପାଠ ଯେ ପଢ଼ିଲି, ଆଜି ଚାକିରିଟେ ନପାଇ ଶିକ୍ଷିତ ବେକାରୀ ସାଜିଲି । ବାପା ଦେଲେ ଅର୍ଥ ଯାହାକୁ ସଞ୍ଚିଥିଲେ ଜୀବନସାରା, ଏପଟେ ରାତି ହେଲେ ଚାଳ ପଟେ ଦିଶଇ ତାରା, ଟଙ୍କା ଅଭାବରୁ ହୋଇପାରୁନି ବୁଢ଼ୀ ମା’ର ଚିକିତ୍ସା, ଭଉଣୀ ତା’ ବିବାହ ପାଇଁ ମନେ ବାନ୍ଧିଛି କେତେ ଆଶା ।…

ଅଧିକ ପଢ଼ନ୍ତୁ