You are currently viewing ସ୍ମୃତି ଭାବ
Odia Poem Smrutibhaba (ସ୍ମୃତି ଭାବ) by Ashutosh Meher

ସ୍ମୃତି ଭାବ

କିଛି ଆପାଶୋରା କିଛି ମନେ ଭରା
ମିଠା ମିଠା ସ୍ମୃତି ଭାବ
ମନ ପରଦାରେ ଛାପି ହୋଇ ରହେ
ପୂଣ୍ୟ-ପ୍ରେମେ ମନ ତବ ।

ସେ ଲେଖା ଅଲିଭା ସବୁ ଦିନ ପାଇଁ
ଜଳୁଥାଏ ଏକାନ୍ତରେ
ପୃଷ୍ଠା ଲେଉଟିଲେ ରଙ୍ଗ ଭିନ୍ନ ଲାଗେ
ଏକ ସେଇ ଭାବନାରେ ।

ଜୀବନ ଏକାଠି ଦରଦରେ ଭରା
ଏକ ପଥ, ଏକ ରାହା
ହୃଦୟ ପୁସ୍ତିକା ଗହନ ଭାବରେ
ଲେଖା ହୋଇଥାଏ ଯାହା ।

– ଆଶୁତୋଷ ମେହେର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଆଶୁତୋଷ ମେହେର ଜଣେ ଅବସର ପ୍ରାପ୍ତ ଭାରତୀୟ ଷ୍ଟେଟ ବ୍ୟାଙ୍କର ଅଧିକାରୀ । ସେ ଓଡ଼ିଆ ଭାଷା ସମେତେ ସମ୍ବଲପୁରୀ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରିନ୍ତି । ତାଙ୍କର ନିଜସ୍ୱ କେତୋଟି କବିତା ସଂକଳନ ପ୍ରକାଶିତ ହୋଇଛି ।