You are currently viewing ଶୀତରେ ମୁଁ ଗୀତ ଲେଖେ
Odia Poem Shitare Mun Gita Lekhe (ଶୀତରେ ମୁଁ ଗୀତ ଲେଖେ) by Ananda Sahu

ଶୀତରେ ମୁଁ ଗୀତ ଲେଖେ

ଶୀତରେ ମୁଁ ଗୀତଲେଖେ ଫୁଲ ପାଖୁଡ଼ାରେ
ଚିକିମିକି ଚିକିମିକି କାକର ଟୋପାରେ ।

ତୁମେ ମୋର ପାଖେ ଥିଲେ କିଛି ଲୋଡ଼ା ନାହିଁ
ସବୁକିଛି ପାଇଯିବି ତୁମକୁ ମୁଁ ଚାହିଁ ।

ତୁମେ ମୋର ହୃଦୟର ଅଭୂଲା କାହାଣୀ
ମୁଁ ତୁମ ମନର ରାଜା ତୁମେ ମୋର ରାଣୀ ।

ସବୁବେଳେ ପାଖେ ମୋର ରଖିବି ସାଇତି
ଏହି ଜୀବନର ତୁମେ ଅଭୂଲା ସ୍ମୃତି ।

ଏକ ଜନ୍ମ ପାଇଁ ନୁହେଁ ଆମ୍ଭରି ଉତ୍ପତ୍ତି
ଚିର ଜନ୍ମ ପାଇଁ ଆମ ପଡ଼ିଅଛି ଗଣ୍ଠି ।

ବିଧିର ବିଧାନ କେବେ ହେବ ନାହିଁ ଆନ
ମୁଁ ତୁମର ତୁମେ ମୋର ନାହିଁ ଭିନ୍ନ ଭିନ୍ନ ।

– ଆନନ୍ଦ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଆନନ୍ଦ ସାହୁ ବଲାଙ୍ଗୀର ଜିଲ୍ଲାର ସଇଁନ୍ତଲା ସ୍ଥିତ ସିଲେଟପରାଠାରେ ଜନ୍ମଗ୍ରହଣ କରିଥିଲେ । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରନ୍ତି । ତାଙ୍କ ରଚିତ କବିତାଗୁଡ଼ିକ ଅନେକ ପତ୍ରପତ୍ରିକାରେ ସ୍ଥାନିତ ହୋଇଛି ।