Odia Story Karuna (କରୁଣା) by Dr. Sradhanjali Panda

କରୁଣା

ହଠାତ୍ ଆଲାର୍ମ ଶବ୍ଦରେ ନିଦ ଭାଙ୍ଗିଗଲା ଅବିନାଶଙ୍କର । ଏକ ଉଦାସ ବିରକ୍ତି ଆଚ୍ଛନ୍ନ କରିଦେଲା ସମଗ୍ର ମନ ପ୍ରାଣ । କେତେ ସୁନ୍ଦର ଦୁନିଆରେ ଥିଲେ ସେ । ତନ୍ଦ୍ରାଛନ୍ନ ଅବସ୍ଥାରୁ ବାହାରି ଆସିଲେ ସେ । ବିଛଣାରୁ ଧୀରେ ଉଠି ବସିଲେ ଓ ଆଉଥରେ ମନେ ପକେଇବାକୁ ଚେଷ୍ଟା କଲେ ସ୍ୱପ୍ନଟା । ଧେତ୍ ଏ ଆଲାର୍ମଟା ସବୁ ବିଗାଡ଼ି ଦେଲା । ଖାଲି ମନେ ପଡ଼ୁଛି ବୋଉ ଭାତ, କ୍ଷୀର ଓ ଆଳୁଭର୍ତ୍ତା ଚକଟି ବଡ଼ ବଡ଼ ଗୁଳା କରି ଖୋଇ…

ଅଧିକ ପଢ଼ନ୍ତୁ
Odia Poem Garabe Kahibi Odiapua Mun (ଗରବେ କହିବି ଓଡ଼ିଆପୁଅ ମୁଁ) by Tapan Dixit

ଗରବେ କହିବି ଓଡ଼ିଆପୁଅ ମୁଁ

“ଗରବେ କହିବି ଓଡ଼ିଆପୁଅ ମୁଁ ଓଡ଼ିଆ ମୋ ମାତୃଭାଷା ଯାହାର ପବନ ପ୍ରତି ନିଶ୍ୱାସେ ମୋ ପାଣି ଯା’ ଶୋଣିତେ ମିଶା” ମଳୟରେ ଯା’ର ତୁଳସୀ ମହକ ଭକତିର ଛୁଆଁ ଦିଏ ଗାଈଆଳ ପିଲା ନିତି ସଞ୍ଜେ ଯହିଁ ମୁରଲୀ ବଜାଇ ଯାଏ । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷେ ଯହିଁ ଅଇଁଠା ଅବଢ଼ା ଖାଇ ପ୍ରେମ ବାଣ୍ଟୁଥାନ୍ତି ସଭିଏଁ ଯେଉଁଠି ଆନନ୍ଦେ ବିଭୋର ହୋଇ । ଯାହାର ଠାକୁର ଜଗତର ନାଥ ସାଗର ଯା’ ମହୋଦଧି କୁଳୁ କୁଳୁ…

ଅଧିକ ପଢ଼ନ୍ତୁ
Odia Poem Abastaba Kabita (ଅବାସ୍ତବ କବିତା) by Hrushikesh Swain

ଅବାସ୍ତବ କବିତା

କଳ୍ପନାର ଉଦ୍ୟାନରେ ମୋ କବିତା ଯଦି ହେଇଥାନ୍ତା ଫୁଲ, ଶବ୍ଦର ରଙ୍ଗସବୁ ତା’ ପାଖୁଡ଼ା ଅଧରେ ଛନ୍ଦର ରାଗିଣୀ ଛନ୍ଦି ପ୍ରଜାପତି ଡେଣାରେ ତା’ ସୁରଭିରେ ହରଷି ସରାଗ ହୃଦୟ ଆବେଶେ କରନ୍ତା ବସନ୍ତର ସ୍ୱାଗତ, ଗୋପନରେ ଗାଇ ମଧୁଗୀତ । ଆଞ୍ଜୁଳାଇ ଶବ୍ଦ ସାଥେ ସ୍ୱପ୍ନରଙ୍ଗ ବୋଳି ଫିଙ୍ଗି ଦିଅନ୍ତି ଯଦି ଆକାଶକୁ ଲକ୍ଷ କରି, ବିନ୍ଦୁ ବିନ୍ଦୁ ରୂପେଲି ବରଷାରେ ମିଶି ପୁଣି ପଡ଼ିଯାନ୍ତେ ଝରି ଝିଲିମିଲି ରଞ୍ଜିତ ମନ ଆକାଶରେ କବିତାରେ ସ୍ୱପ୍ନ ସାତରଙ୍ଗ…

ଅଧିକ ପଢ଼ନ୍ତୁ
Odia Poem Smrutibhaba (ସ୍ମୃତି ଭାବ) by Ashutosh Meher

ସ୍ମୃତି ଭାବ

କିଛି ଆପାଶୋରା କିଛି ମନେ ଭରା ମିଠା ମିଠା ସ୍ମୃତି ଭାବ ମନ ପରଦାରେ ଛାପି ହୋଇ ରହେ ପୂଣ୍ୟ-ପ୍ରେମେ ମନ ତବ । ସେ ଲେଖା ଅଲିଭା ସବୁ ଦିନ ପାଇଁ ଜଳୁଥାଏ ଏକାନ୍ତରେ ପୃଷ୍ଠା ଲେଉଟିଲେ ରଙ୍ଗ ଭିନ୍ନ ଲାଗେ ଏକ ସେଇ ଭାବନାରେ । ଜୀବନ ଏକାଠି ଦରଦରେ ଭରା ଏକ ପଥ, ଏକ ରାହା ହୃଦୟ ପୁସ୍ତିକା ଗହନ ଭାବରେ ଲେଖା ହୋଇଥାଏ ଯାହା । – ଆଶୁତୋଷ ମେହେର

ଅଧିକ ପଢ଼ନ୍ତୁ
Odia Story Dharmayuddha (ଧର୍ମଯୁଦ୍ଧ) by Kamala Satapathy

ଧର୍ମଯୁଦ୍ଧ

ବିଗତ ପାଞ୍ଚ ଦିନରୁ ଅନ୍ଧାର ଘରଟା ଭିତରେ ବସି ରାଘବ ଖାଲି ଭାବୁଛି ଆଉ ଭାବୁଛି । ମୁହଁକୁ ମୁହଁ ଦେଖା ଯାଉନଥିବା ଅନ୍ଧାର ଭିତରେ ତାକୁ ଖାଲି ସେଇ ସେଇ ଦୃଶ୍ୟ ଦେଖା ଯାଉଛନ୍ତି, ଯାହାଙ୍କ ସହିତ ତା’ର କିଛି ବି ସମ୍ପର୍କ ନାହିଁ । ତାକୁ ଖାଲି ଅନୁଭବ ହେଉଛି ସେ ବି ସେଇମାନଙ୍କ ଭିତରୁ ଜଣେ ଯେମିତି ! ସେଇ ଖଣ୍ଡିଆ ଖାବରା ଦେହ… ରକ୍ତ ସାଲୁବାଲୁ ଚେହେରା… ହୃଦ ଦହଲା ଆକୂଳ ଚିତ୍କାର… ଓଃ, ସେ…

ଅଧିକ ପଢ଼ନ୍ତୁ