You are currently viewing ପ୍ରେମ ପଣତ ତଳେ
Odia Poem Prema Panta Tale (ପ୍ରେମ ପଣତ ତଳେ) by Ashutosh Meher

ପ୍ରେମ ପଣତ ତଳେ

କହିବି କହିବି ଓଠେ ରହିଗଲା
ହୃଦୟ ତଳର ଆଶା,
ଶୁଣିବି ଶୁଣିବି କାନେ ଅଟକିଲା
ପ୍ରେମ ସୁମଧୁର ଭାଷା ।

ଚାହିଁ ଚାହିଁ ଚାହିଁ ଆଖିରେ ମରିଲା
ଲହୁ ହୁଏ ଲୁହ ଧାର,
ଏକାକୀ ଏକାକୀ ଚାତକ ପରାଣେ
ଠିଆ ସମୟର ଭାର ।

ଏମିତି ଏମିତି ସରିଯାଉ ଦିନ
ଆଶାର ସମାଧି କୋଳେ,
ବାସନା ବାସନା ପ୍ରେମ ମହକରେ
ତୁମରି ପଣତ ତଳେ ।

– ଆଶୁତୋଷ ମେହେର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଆଶୁତୋଷ ମେହେର ଜଣେ ଅବସର ପ୍ରାପ୍ତ ଭାରତୀୟ ଷ୍ଟେଟ ବ୍ୟାଙ୍କର ଅଧିକାରୀ । ସେ ଓଡ଼ିଆ ଭାଷା ସମେତେ ସମ୍ବଲପୁରୀ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରିନ୍ତି । ତାଙ୍କର ନିଜସ୍ୱ କେତୋଟି କବିତା ସଂକଳନ ପ୍ରକାଶିତ ହୋଇଛି ।