You are currently viewing ଶୁଭପଲ୍ଲବ
Odia Poem Shubhapallaba (ଶୁଭପଲ୍ଲବ) by Debabrata Dash

ଶୁଭପଲ୍ଲବ

ବଣମଲ୍ଲୀ ବଣେ ଫୁଟି,
ପଡ଼ୁଥିଲା ଝଡ଼ି
ଅସୁମାରୀ ସ୍ୱପ୍ନ ହାତେ,
ଦେଇ ସେ କବରୀ
ବାସଥିଲା ନ ଥିଲା ତ,
ତା’ ବାସର ମୂଲ
ମୂଲ ବୁଝି ମାଳି ସାଜି,
ଯିଏ କରିନେଲା କୋଳ
ମନରେ ଆଶା ସଞ୍ଚାରି,
ମଳୟ ପରଶେ ଭରି
ଚତୁର୍ଦ୍ଦିଗେ ଖେଳାଇଲା,
ନୂଆ ଏକ ପଲ୍ଲବ…
ଶୁଭପଲ୍ଲବ ସେ ଶୁଭପଲ୍ଲବ…
ସେ ଶୁଭପଲ୍ଲବ…

ଫଗୁଣଟା ସତେ,
ଲାଗୁଥିଲା ରଙ୍ଗହୀନ
ଫୁଲ ଲାଗୁଥିଲା ଫିକା
ପଡ଼ିଥିଲା ମଳିନ
ଶୁଭୁ ତ ନଥିଲା ଟିକେ,
କୋଇଲିର କୁହୁ
ଝରା ବଉଳର ବାସେ,
ଝରୁ ତ ନଥିଲା ମହୁ
ଚଇତି ବାଆ ହୋଇ କି ଆହା
ବିଛୁରି ଯେ ଦେଲା, ଫୁଲରେ
ଫୁଲରେ ତା’ର ପ୍ରାଣବଲ୍ଲଭ…
ଶୁଭପଲ୍ଲବ ସେ ଶୁଭପଲ୍ଲବ…
ସେ ଶୁଭପଲ୍ଲବ…

– ଦେବବ୍ରତ ଦାଶ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଦେବବ୍ରତ ଦାଶ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।