You are currently viewing ପୁନେଇ ରାତିର ପୀରତି
Odia Poem Punei Ratira Pirati (ପୁନେଇ ରାତିର ପୀରତି) by Rajshekhar Chima

ପୁନେଇ ରାତିର ପୀରତି

ଚାନ୍ଦିନୀଭରା ଏହି ପୁନେଇ ରାତି,
ନିଦ ବିନା ଯାହା ମଧୁଭରା ରାତି,
ପ୍ରିୟାର ବିରହଭରା ଚପଳ ରାତି,
ଗାଏ ମୁଁ ପ୍ରେମଭରା ସୁରମ୍ୟ ଗୀତି |୧|

ମିଠା ଡଙ୍କ ମାରେ ଏ ଜହ୍ନ ରାତି,
ନଭ ନକ୍ଷତ୍ର ଦେଖି ବିତାଏ ରାତି,
ଚନ୍ଦ୍ରକାନ୍ତି ନେଲା ମୋର ମତିଗତି,
ଅତ୍ୟନ୍ତ ସୁଖପ୍ରଦ ପ୍ରେୟସୀର ପ୍ରୀତି |୨|

ପ୍ରେମିକା ଚିନ୍ତାରେ ଯାଏ ଦିନରାତି,
ଯାହାର ସ୍ମୃତି ଅନ୍ଧକାରରେ ବତି,
ଚାରୁ ଚନ୍ଦ୍ରାବତୀ ମୋ ପାଇଁ ବିଭୂତି,
ଲଳିତ ଲାବଣ୍ୟବତୀ ମୋର ସୁମତି |୩|

ଶୀତଳ ବେଳ ଚିତ୍ତରେ ଆଣେ ତାତି,
ହୃତ୍‌ସ୍ପନ୍ଦନ ଜଣାଏ ପ୍ରଣୟର ଅନୁଭୂତି,
ପ୍ରିୟତମାର ପ୍ରତୀକ୍ଷାରେ ନାହିଁ ବିରତି,
ଅଭୁଲା ଯେ ପୁନେଇ ରାତିର ପୀରତି |୪|

– ଶ୍ରୀ ରାଜଶେଖର ସି’ଚିମା’

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରାଜ ଶେଖର ଶ୍ରୀ ଚିମା ଓଡ଼ିଆ ତଥା ତେଲୁଗୁ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।