You are currently viewing ତୁମ କଥା
Odia Poem Tuma Katha (ତୁମ କଥା) by Puspanjali Panda

ତୁମ କଥା

ତୁମ ମୋହ,
ତୁମ ଦେହ ମୋହ
ଏତେ ବାସ୍ନାୟିତ
ଏଯାଏ କରିପାରୁନି ମୁଁ ନିରୁପିତ..!

ତୁମ ବାସ୍ନା,
ସେତ ଘନ ଜ୍ୟୋତ୍ସ୍ନା
ଉପମା ରହିତ
ଏଯାଏ ପଞ୍ଚ ପ୍ରାଣ ମୋର ପୁଲକିତ..!

ତୁମ ବନ୍ଧନ
ତୁମ ଘନ କମ୍ପନ
ସେ ଅନୁଭବ
ଏଯାଏ ତନୁ ମନ ମୋ ଦୋଳାୟିତ…!

ତୁମ ଦୃଷ୍ଟି,
ସେ ଦୁଷ୍ଟ ଦୃଷ୍ଟି
ରଚେ ନୂଆ ସୃଷ୍ଟି
ଏଯାଏ ପାରୁନି କରି ଚକ୍ଷୁ ଉନ୍ମିଳିତ….!

ତୁମ ଆଶା,
ପାଇବା ଆଶା
ସେତ ଚରମ ନିଶା
ଏବେବି ବଢ଼ୁଛି ହୁ ହୁ ହୋଇ ଆଶାତୀତ…!

ତୁମ ସଙ୍ଗ,
ତୁମ ଅଙ୍ଗ ସଙ୍ଗ
ପ୍ରତିକ୍ଷଣ ପ୍ରିତିପ୍ରଦ ।
ଏଯାଏ ମନ ମୋ ମତୁଆଲା ମାଦକିତ….!

ତୁମ ଛୁଆଁ,
ନଥାଇ ଧୁଆଁ
ସେ ତ ଲଗାଏ ନିଆଁ
ଏବେବି କୁହୁଳୁଛି ଜଳିବାକୁ ଅବିରତ….!

– ପୁଷ୍ପାଞ୍ଜଳି ପଣ୍ଡା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପୁଷ୍ପାଞ୍ଜଳୀ ପଣ୍ଡା ପେଶାରେ ଜଣେ ସରକାରୀ କାର୍ମଚାରୀ, ଯିଏକି ଅଧୁନା ଯାଜପୁରରେ ଆସିଷ୍ଟାଣ୍ଟ ଷ୍ଟାଟିଷ୍ଟିକାଲ୍ ଅଫିସର ଭାବରେ କାର୍ଯ୍ୟରତ । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।