ଜୀବନସାଥୀ
ଭାଗ୍ୟ ମତେ ଆଣି ପହଞ୍ଚାଇଦେଲା ଏମିତି ଶିଖର ସ୍ଥଳେ, ଉଚ୍ଚ ବେତନରେ ଚାକିରି କରିଛି ଦେଶବିଦେଶ ମୁଁ ବୁଲେ । ସଭିଏଁ କହନ୍ତି ବାହାହେବ ତମେ ଝଲମଲ ପ୍ରାସାଦରେ, ଜୀବନ ତୁମର ବିତିବ ବୃହତ ଆୟବ୍ୟୟର ଅଟକଳରେ । ଶାଶୁଘରେ ତୁମ ଥିବ ବହୁଟଙ୍କା ଗାଡ଼ି କୋଠା ଆଉ ଧନ, ତୁମ ସ୍ୱାମୀ ପାଖେ ହାତ ଯୋଡ଼ୁଥିବେ କେତେକେତେ ଅଧସ୍ତନ । ହସି ମୁଁ କହିଲି ଏସବୁରେ ମୋର ନାହିଁ କିଛି ପ୍ରୟୋଜନ, ସୁଶିକ୍ଷିତ ସ୍ନେହୀ ହୃଦୟଟେ…