Bhabara Thakura Sri Jagannath - Bhakta Salabega (ଭାବର ଠାକୁର ଶ୍ରୀ ଜଗନ୍ନାଥ - ଭକ୍ତ ସାଲବେଗ) by Sushama Parija

ଭାବର ଠାକୁର ଶ୍ରୀ ଜଗନ୍ନାଥ – ଭକ୍ତ ସାଲବେଗ

ବିଲ, ବଣ, ନଦୀ, ପାହାଡ଼କୁ ପଛରେ ପକାଇ ଆଗେଇ ଚାଲିଥାନ୍ତି ସେ । ଅତିକ୍ରମ କରି ସାରିଥାନ୍ତି କେତେ କେତେ ମସୃଣ, ବନ୍ଧୁର ପଥ । ବାଟରେ କେବେ କଣ୍ଟାର ଆଘାତରେ ତ କେତେବେଳେ ଗୋଡ଼ି ପଥର ଆଘାତରେ ରକ୍ତାକ୍ତ ହୋଇଛି ପାଦ । ଯନ୍ତ୍ରଣାରେ ଚିତ୍କାର କରି ଉଠିଛନ୍ତି ସେ । କେବେ କେମିତି ପଥଶ୍ରମ ଜନିତ କ୍ଳାନ୍ତିରେ ଅବଶ ହୋଇ ପଡ଼ିଛି ପାଦ ଦୁଇଟି, ତଥାପି ଅଟକି ଯାଇ ନାହାଁନ୍ତି ସେ । ଆଗେଇ ଚାଲିଛନ୍ତି ଆଗକୁ, ଆଗକୁ । ଶରୀର ଥକି…

ଅଧିକ ପଢ଼ନ୍ତୁ
Odia Bhajan Loda To Srianga Dhuli (ଲୋଡ଼ା ତୋ ଶ୍ରୀଅଙ୍ଗଧୂଳି) on Lord Jagannath by Rama Chandra Pradhan

ଲୋଡ଼ା ତୋ ଶ୍ରୀଅଙ୍ଗଧୂଳି

ଧନ ଲୋଡ଼ା ନାହିଁ ଜନ ଲୋଡ଼ା ନାହିଁ ଲୋଡ଼ା ତୋ ଶ୍ରୀଅଙ୍ଗ ଧୂଳି ଦେଲେ ଟିକେ ଧୂଳି ହୁଅନ୍ତି ମୁଁ ବୋଳି କରି ତୋତେ ଗଳାମାଳି… ଆରେ ଧନମାଳି ତୁ ମୋ ସୁନାଥାଳି ଦେ’ ତୁ କରୁଣା ଢାଳି ତୋ କରୁଣା ଢଳି କାଳେ ଯିବ ମିଳି ମୋ ସ୍ୱାର୍ଥପରତା ମଳି… ମନେ ତୋତେ ଭାଳି କରୁଛି ମୁଁ ଅଳି ଲିଭେଇଦେ ସ୍ୱାର୍ଥ କାଳି ଲିଭିଲେ ସେ କାଳି ସବୁ ଯିବ ଜଳି ହଟିବ ସଂସାରୁ କଳି……

ଅଧିକ ପଢ଼ନ୍ତୁ
Odia Poem Mun Kie (ମୁଁ କିଏ??) by Swatismita Barik

ମୁଁ କିଏ??

ସଭିଙ୍କୁ ନିଜର କରୁଥିବା ହୃଦୟଟିଏ । ପ୍ରେମର ଦୀପ ଜାଳିଥିବା ନାରୀଟିଏ । ସମାଜକୁ ବୋଝ ଲାଗୁଥିବା ବସ୍ତୁଟିଏ । ମତବ୍ୟକ୍ତ କରିପାରୁନଥିବା ଶବ୍ଦଟିଏ । ଲିଙ୍ଗଗତ ସମସ୍ୟାକୁ ବୁଝିନପାରି ଯେବେ ସାମାନ୍ୟ ଅଝଟ କରିବସେ, ସେତେବେଳେ ସମାଜ ମୋତେ ପ୍ରଶ୍ନ କରେ ତୁ କିଏ…?? ଆଗ୍ନେୟଗିରିରୁ ବାହାରିଥିବା ହୁଳାପିଣ୍ଡଟାଏ । କପଡ଼ା ଭିତରେ ଲୁଚିରହିଥିବା ଗାନ୍ଧାରୀର ଆଖିଟିଏ । ସାଗର ଆକର୍ଷିତ ହେଲାଭଳି ନଦୀଟିଏ । ପ୍ରତି ନାରୀର ହୃଦୟର କବାଟକୁ ଠକ୍ ଠକ୍ କଲାପରେ ମୁଁ ଜାଣିଲି । ମୁଁ ସୀତା ନୁହେଁ, ମୁଁ ସିଏ…

ଅଧିକ ପଢ଼ନ୍ତୁ
Odia Story Bhanga Silata (ଭଙ୍ଗା ସିଲଟ) by Janmajaya Panda

ଭଙ୍ଗା ସିଲଟ

ଅଦିନିଆ ବର୍ଷାଯୋଗୁଁ ନୁଆଁଣିଆ ଚାଳଘର ଭିତରେ ଚାରିଆଡ଼େ ପାଣି ପଡ଼ୁଥାଏ କାରଣ ୩ ବର୍ଷହେବ ଘର ଛାଆ ହୋଇନି । କାନ୍ଥରୁ ବି ମାଟି ଖସୁଛି ବର୍ଷାରେ ଭିଜି ଭିଜି । ଏପରି ବିପଦସଙ୍କୁଳ ସ୍ଥାନରେ ଛୁଆ ଦୁଇଟାକୁ ଧରି ରାତି କାଟିବାକୁ ସାବିତ୍ରୀ ଠିକ୍ ଭାବୁନଥାଏ, ମନକୁ ପାପ ଛୁଉଁଥାଏ । ହେଲେ ଏ ଝଡ଼ ବରଷା ରାତିରେ କୁଆଡ଼େ ଯିବ? କାହା ପିଣ୍ଢାରେ ଆଶ୍ରୟ ନେବ ଭାବୁଥାଏ । ମନରେ ସାହାସ ବାନ୍ଧି ୨ଟା ବୁଜୁଳି ଓ ଗୋଟାଏ ଗଣ୍ଠିଲିରେ…

ଅଧିକ ପଢ଼ନ୍ତୁ
Odia Poem Magnolia Lo (ମାଗ୍ନୋଲିଆ ଲୋ) by Bijaya Parida

ମାଗ୍ନୋଲିଆ ଲୋ !

ଖିଆଲି ଚଇତି ତନୁ ଛୁଇଁ ଦେଲା ରୂପସୀ ତୋ’ ମନ ନେଇ ମାଗ୍ନୋଲିଆ ଲୋ’ ବସନ୍ତ ଆସିଛି ପାଖୁଡ଼ା ମେଲାଉ ତୁହି । ପହିଲି ପ୍ରେମିକ ଶୁଭ ଆଗମନେ ହସି ତୁ ଲୋଟୁଛୁ ଆଜି ମାଦକତା ଭରା ଯଉବନ ତୋ’ର ସରାଗେ ବସିଛୁ ସାଜି ।୧। ନରମ ମନେ ତୁ ସପନ ସଜାଉ ରୂପସୀ ଲାବନି କନ୍ୟା ଗୋଲାପୀ ମିଶା ତୋ’ ଶରୀରର ରଙ୍ଗ ଛୁଟାଏ ରୂପର ବନ୍ୟା ତପସ୍ୟାରେ ରତା ତପସ୍ଵିନୀ ତୁହି ନିଦାଘ ଜାଡ଼ରୁ ଜାଗି ଢଳି…

ଅଧିକ ପଢ଼ନ୍ତୁ