Shree Jagannath Janana (ଶ୍ରୀ ଜଗନ୍ନାଥ ଜଣାଣ) by Sachidananda Mohanty

ଶ୍ରୀ ଜଗନ୍ନାଥ ଜଣାଣ

ତୋ’ ରୂପ ବର୍ଣ୍ଣନା ଭାଳି ବିଶ୍ୱକର୍ମା ହୃଦେ କଲେ ନିବେଦନ ସ୍ରଷ୍ଟା, ସୃଷ୍ଟି ଦ୍ୱୟ ଅଟୁ ଦୟାମୟ ତୁ କରୁ ତୋତେ ସୃଜନ । ଏ ବିଶ୍ୱ ବ୍ରହ୍ମାଣ୍ଡ ତୋ’ଠାରୁ ଉଦ୍ଭବ ତୁହି କର୍ତ୍ତା ଓ କାରଣ, ଦେବତା, ଦାନବ ଜୀବଜନ୍ତୁ ସର୍ବ ତୋହ ପ୍ରସାଦରୁ ଜନ୍ମ । ସତ ଚିତ୍ତ ଆନନ୍ଦ ହେ ସଚ୍ଚିଦାନନ୍ଦ ତୁହି ସଗୁଣ, ନିର୍ଗୁଣ, ଆକାର ବିହୀନ ଆହେ ନିରାକାର ତେଜୋମୟ ଅଗ୍ନିସମ । ତୋ ରୂପ ବର୍ଣ୍ଣନା ଭାଳି ବିଶ୍ୱକର୍ମା ହୃଦେ କଲେ ନିବେଦନ…

ଅଧିକ ପଢ଼ନ୍ତୁ
Anubhabare Jagannath (ଅନୁଭବରେ ଜଗନ୍ନାଥ) by Sangram Keshari Senapati

ଅନୁଭବରେ ଜଗନ୍ନାଥ

ମୋ ଜୀବନର ପ୍ରଥମଥର ଯେବେ ମୁଁ ପୁରୀ ଯାଇଥିଲି, ସେତେବେଳେ ବୋଧେ ମୋତେ ୨/୩ ବର୍ଷ ବୟସ ହୋଇଥିଲା । କେବଳ ଗୋଟିଏ ଫଟୋ ବ୍ୟତୀତ ମୋର ଆଉ କିଛି ମନେ ନାହିଁ । ତା’ପରେ କେଇଥର ଯାଇଛୁ, କିନ୍ତୁ ରଥଯାତ୍ରା ସମୟରେ କେବେ ଯିବାର ସୁଯୋଗ ମିଳିନଥିଲା । ସମସ୍ତେ କୁହନ୍ତି ମହାପ୍ରଭୁ ଅଣସର ଘରେ ଥିଲାବେଳେ ଅଲାରନାଥଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳେ ବୋଲି । ସେଇଥିପାଇଁ ଥରେ ଅଲାରନାଥ ଦର୍ଶନରେ ଯାଇ ଫାଙ୍କା ଫାଙ୍କାରେ ପୁରୀ ମନ୍ଦିର…

ଅଧିକ ପଢ଼ନ୍ତୁ
Biography of Binod Kanungo (ମନେପଡ଼ନ୍ତି: ‘ଜ୍ଞାନମଣ୍ତଳ’ ପ୍ରଣେତା ବିନୋଦ କାନୁନ୍‌ଗୋ) by Sindhujyoti Tripathy

ମନେପଡ଼ନ୍ତି: ‘ଜ୍ଞାନମଣ୍ତଳ’ ପ୍ରଣେତା ବିନୋଦ କାନୁନ୍‌ଗୋ

ଜ୍ଞାନକୋଷ ବା ଏନ୍‌ସାଇକ୍ଲୋପିଡ଼ିଆ ବିନା କୌଣସି ଭାଷା ଶତ ପ୍ରତିଶତ ସମୃଦ୍ଧ ବୋଲି କୁହାଯାଇପାରିବନାହିଁ । ଜ୍ଞାନକୋଷ ରଚନା ଏତେ ସହଜ କଥା ନୁହେଁ । ଏଥିପାଇଁ ଲୋଡ଼ା ମିଳିତ ଉଦ୍ୟମ ସାଙ୍ଗକୁ ଆର୍ଥିକ ସହାୟତା ଓ ମାନସିକ ପ୍ରୋତ୍ସାହନ । ଆଉ ଏସବୁର ଅଭାବ ସତ୍ତ୍ୱେ ଏ ଭଳି ଜଣେ ଓଡ଼ିଆ ଥିଲେ, ଯିଏ ସମ୍ପୂର୍ଣ୍ଣ ଭାବେ ବ୍ୟକ୍ତିଗତ ପ୍ରଚେଷ୍ଟାରେ ସୃଷ୍ଟି କରିପାରିଥିଲେ, ଆମ ଭାଷାର ଅଦ୍ୟାବଧି ସବୁଠାରୁ ଉନ୍ନତ ଜ୍ଞାନକୋଷ । ସେ ହେଉଛନ୍ତି ଜ୍ଞାନପ୍ରଦୀପ ବିନୋଦ କାନୁନ୍‌ଗୋ । ମହାତ୍ମା…

ଅଧିକ ପଢ଼ନ୍ତୁ
Odia Poem Sharadhabalire Tini Thakura (ଶରଧା ବାଲିରେ ତିନି ଠାକୁର) by Soumyaranjan Sahoo

ଶରଧା ବାଲିରେ ତିନି ଠାକୁର

ଶରଧା ବାଲିରେ ତିନି ଠାକୁର, ରାଜା କରୁଛନ୍ତି ନ୍ୟାୟ ବିଚାର । ବାମରେ ସେ ଜଗନ୍ନାଥ ଠାକୁର, ହାତ ଯୋଡ଼ି କର ତାଙ୍କୁ ନମସ୍କାର । ଠାକୁର ନୁହେଁ ସେ ଆମ ଜୀବନ, ଗୁରୁଜନମାନେ ଦେବ ସମାନ । ସଭିଙ୍କ ପାଟିରେ ତାଙ୍କରି ନାମ, ଦେଶ ଜାତି ଲାଗି କରିବା କାମ । ପୁରୁଷୋତ୍ତମ ଦେବ ହେଲେ ତ ରାଜା, ସୁଖୀ ରହିଲେ ସବୁ ପରଜା । ତାଙ୍କ ଚକ୍ର ଅଟେ ସୁଦର୍ଶନ, କରିବ ପାପର ବିନାଶନ । କଳିଯୁଗର ତୁମେ ଠାକୁର, କର ବିନାଶ…

ଅଧିକ ପଢ଼ନ୍ତୁ
Bhabara Thakura Sri Jagannath - Bhakta Salabega (ଭାବର ଠାକୁର ଶ୍ରୀ ଜଗନ୍ନାଥ - ଭକ୍ତ ସାଲବେଗ) by Sushama Parija

ଭାବର ଠାକୁର ଶ୍ରୀ ଜଗନ୍ନାଥ – ଭକ୍ତ ସାଲବେଗ

ବିଲ, ବଣ, ନଦୀ, ପାହାଡ଼କୁ ପଛରେ ପକାଇ ଆଗେଇ ଚାଲିଥାନ୍ତି ସେ । ଅତିକ୍ରମ କରି ସାରିଥାନ୍ତି କେତେ କେତେ ମସୃଣ, ବନ୍ଧୁର ପଥ । ବାଟରେ କେବେ କଣ୍ଟାର ଆଘାତରେ ତ କେତେବେଳେ ଗୋଡ଼ି ପଥର ଆଘାତରେ ରକ୍ତାକ୍ତ ହୋଇଛି ପାଦ । ଯନ୍ତ୍ରଣାରେ ଚିତ୍କାର କରି ଉଠିଛନ୍ତି ସେ । କେବେ କେମିତି ପଥଶ୍ରମ ଜନିତ କ୍ଳାନ୍ତିରେ ଅବଶ ହୋଇ ପଡ଼ିଛି ପାଦ ଦୁଇଟି, ତଥାପି ଅଟକି ଯାଇ ନାହାଁନ୍ତି ସେ । ଆଗେଇ ଚାଲିଛନ୍ତି ଆଗକୁ, ଆଗକୁ । ଶରୀର ଥକି…

ଅଧିକ ପଢ଼ନ୍ତୁ