You are currently viewing ଶ୍ରୀ ଜଗନ୍ନାଥ ଜଣାଣ
Shree Jagannath Janana (ଶ୍ରୀ ଜଗନ୍ନାଥ ଜଣାଣ) by Sachidananda Mohanty

ଶ୍ରୀ ଜଗନ୍ନାଥ ଜଣାଣ

ତୋ’ ରୂପ ବର୍ଣ୍ଣନା ଭାଳି ବିଶ୍ୱକର୍ମା
ହୃଦେ କଲେ ନିବେଦନ
ସ୍ରଷ୍ଟା, ସୃଷ୍ଟି ଦ୍ୱୟ ଅଟୁ ଦୟାମୟ
ତୁ କରୁ ତୋତେ ସୃଜନ ।

ଏ ବିଶ୍ୱ ବ୍ରହ୍ମାଣ୍ଡ ତୋ’ଠାରୁ ଉଦ୍ଭବ
ତୁହି କର୍ତ୍ତା ଓ କାରଣ,
ଦେବତା, ଦାନବ ଜୀବଜନ୍ତୁ ସର୍ବ
ତୋହ ପ୍ରସାଦରୁ ଜନ୍ମ ।

ସତ ଚିତ୍ତ ଆନନ୍ଦ ହେ ସଚ୍ଚିଦାନନ୍ଦ
ତୁହି ସଗୁଣ, ନିର୍ଗୁଣ,
ଆକାର ବିହୀନ ଆହେ ନିରାକାର
ତେଜୋମୟ ଅଗ୍ନିସମ ।

ତୋ ରୂପ ବର୍ଣ୍ଣନା ଭାଳି ବିଶ୍ୱକର୍ମା
ହୃଦେ କଲେ ନିବେଦନ
ସ୍ରଷ୍ଟା, ସୃଷ୍ଟି ଦ୍ୱୟ ଅଟୁ ଦୟାମୟ
ତୁ କରୁ ତୋତେ ସୃଜନ ।

– ସଚ୍ଚିଦାନନ୍ଦ ମହାନ୍ତି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସଚ୍ଚିଦାନନ୍ଦ ମହାନ୍ତି ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।