You are currently viewing ଜୀବନ ନାଟକ
Odia Poem Jibana Nataka (ଜୀବନ ନାଟକ) by Tukuna Sahu

ଜୀବନ ନାଟକ

କେତେବେଳେ ଶେଷ ହେବ କାହା ଅଙ୍କ
ନଥିବ ଜମାରୁ ଜଣା
ଅଭିନୟ ଶ୍ରେୟ ନିଶ୍ଚୟ ହୋଇବ
ଯାତ୍ରାର ଶେଷ ପାଉଣା ।

ଜିଣିବାକୁ ହେବ ଦର୍ଶକ ହୃଦୟ
ଢାଳିବାକୁ ହେବ ଲୁହ
ଲୁଚେଇ ନିଜର ହୃଦୟ ଯନ୍ତ୍ରଣା
ଭୁଲି ଯାଇ ଲୋଭ ମୋହ ।

ବାସଲ୍ୟ ଚରିତ୍ର ନୁହଁଇ ସହଜ
ଯଉବନ ଭାରି କଷ୍ଟ
ବୃଦ୍ଧ ଚରିତ୍ରରେ ଉପନୀତ ହେଲେ
ହୋଇବାକୁ ପଡ଼େ ଶିଷ୍ଟ ।

ବଢ଼ି ବଢ଼ି ଚାଲେ ରାତ୍ରିର ଆୟୁଷ
ପଡ଼େ ନାହିଁ କିଛି ଜଣା
ଶେଷ ଦୃଶ୍ୟ ପାଶେ ଉପନୀତ ହେଲେ
ସର୍ବେ ହୋନ୍ତି ବାଟ ବଣା ।

– ଟୁକୁନା ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଟୁକୁନା ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।