You are currently viewing ଶରଧା ବାଲିରେ ତିନି ଠାକୁର
Odia Poem Sharadhabalire Tini Thakura (ଶରଧା ବାଲିରେ ତିନି ଠାକୁର) by Soumyaranjan Sahoo

ଶରଧା ବାଲିରେ ତିନି ଠାକୁର

ଶରଧା ବାଲିରେ ତିନି ଠାକୁର,
ରାଜା କରୁଛନ୍ତି ନ୍ୟାୟ ବିଚାର ।
ବାମରେ ସେ ଜଗନ୍ନାଥ ଠାକୁର,
ହାତ ଯୋଡ଼ି କର ତାଙ୍କୁ ନମସ୍କାର ।
ଠାକୁର ନୁହେଁ ସେ ଆମ ଜୀବନ,
ଗୁରୁଜନମାନେ ଦେବ ସମାନ ।
ସଭିଙ୍କ ପାଟିରେ ତାଙ୍କରି ନାମ,
ଦେଶ ଜାତି ଲାଗି କରିବା କାମ ।
ପୁରୁଷୋତ୍ତମ ଦେବ ହେଲେ ତ ରାଜା,
ସୁଖୀ ରହିଲେ ସବୁ ପରଜା ।
ତାଙ୍କ ଚକ୍ର ଅଟେ ସୁଦର୍ଶନ,
କରିବ ପାପର ବିନାଶନ ।
କଳିଯୁଗର ତୁମେ ଠାକୁର,
କର ବିନାଶ ପାପର ।
ଅପାର କରୁଣାମୟୀ ତୁ ସିନ୍ଧୁ ସାଗର,
ତୋ କୂଳରେ କେତେ ବିରାଟ ନଗର ।
ଏତେ ପାପକୁ ସହି,
ମନରେ ରଖି କାହାକୁ ପାରୁନୁ କହି ।
ତାଙ୍କ ଆଗେ ଅରପି ଶିର,
ରାକ୍ଷସ ମାଗୁଛି ଅମର ବର ।
ଶରଧା ବାଲିରେ ତିନି ଠାକୁର
ଏ କଳି କାଳେ ତୁମେହିଁ ସାର ।
ଜଗତ ଜନଙ୍କ ପାଇଁ,
ଲୋଡ଼ୁଅଛୁ ଆମେ ତୁମ୍ଭର ଦରଶନ ।
ବିପଦୁ ଉଦ୍ଧାର ପାଇଁ,
ଏ କାଳ କରାଳେ କଳ୍କୀ ନ ସାଜି ।
ଉଦ୍ଧାରି ଦିଅ ପ୍ରଭୁ ହେ,
ଜୟ ଜଗନ୍ନାଥ ସ୍ୱାମୀ ହେ,
ଜୟ ଜଗନ୍ନାଥ ସ୍ୱାମୀ ହେ ।

– ସୌମ୍ୟ ରଞ୍ଜନ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୌମ୍ୟ ରଞ୍ଜନ ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।