You are currently viewing ଲୋଡ଼ା ତୋ ଶ୍ରୀଅଙ୍ଗଧୂଳି
Odia Bhajan Loda To Srianga Dhuli (ଲୋଡ଼ା ତୋ ଶ୍ରୀଅଙ୍ଗଧୂଳି) on Lord Jagannath by Rama Chandra Pradhan

ଲୋଡ଼ା ତୋ ଶ୍ରୀଅଙ୍ଗଧୂଳି

ଧନ ଲୋଡ଼ା ନାହିଁ ଜନ ଲୋଡ଼ା ନାହିଁ
ଲୋଡ଼ା ତୋ ଶ୍ରୀଅଙ୍ଗ ଧୂଳି
ଦେଲେ ଟିକେ ଧୂଳି ହୁଅନ୍ତି ମୁଁ ବୋଳି
କରି ତୋତେ ଗଳାମାଳି…

ଆରେ ଧନମାଳି ତୁ ମୋ ସୁନାଥାଳି
ଦେ’ ତୁ କରୁଣା ଢାଳି
ତୋ କରୁଣା ଢଳି କାଳେ ଯିବ ମିଳି
ମୋ ସ୍ୱାର୍ଥପରତା ମଳି…

ମନେ ତୋତେ ଭାଳି କରୁଛି ମୁଁ ଅଳି
ଲିଭେଇଦେ ସ୍ୱାର୍ଥ କାଳି
ଲିଭିଲେ ସେ କାଳି ସବୁ ଯିବ ଜଳି
ହଟିବ ସଂସାରୁ କଳି…

ହଟିଗଲେ କଳି ଆରେ ବନମାଳି
ଯିବରେ ବିପଦ ଟଳି
ଖାଇ ସରପୁଳି ମାରି କରତାଳି
ତୁ ଦେ ପଛେ ମୋତେଜାଳି…

ଜଳି ଦୀପ ଭଳି ଦେବି ଦୀପ୍ତି ଢାଳି
ଲୋଡ଼ିବିନି ଶ୍ରଦ୍ଧାଞ୍ଜଳୀ
ତିଳ ତିଳ ଜଳି ଭାବେ ହୋଇ ଗୋଳି
ଦେଉଥିବି ପୁଷ୍ପାଞ୍ଜଳୀ…

– ରାମ ଚନ୍ଦ୍ର ପ୍ରଧାନ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରାମ ଚନ୍ଦ୍ର ପ୍ରଧାନ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।