Piladinaku Pherijiba (ପିଲାଦିନକୁ ଫେରିଯିବା) by Batya Bijayini

ପିଲାଦିନକୁ ଫେରିଯିବା

ପିଲା ଦିନର ସ୍ମୃତି ସତେ ଅବା ଅସରନ୍ତି ଅଙ୍କା ବଙ୍କା ନଦୀ ପରି । ଥରେ ବଖାଣିବା ଆରମ୍ଭ କରିଲେ ରାତି ପାହି ଯିବ ହେଲେ ଗପ ସରିବନି । ହେଲେ ଏତେ ଗପ ଶୁଣିବାକୁ ଆଜି କାଲି ନା କାହାପାଖରେ ସମୟ ଅଛି ନା ଧୈର୍ଯ୍ୟ । ବହୁତ ଦିନ ହେବ ଭାବୁଥିଲି ସାଉଣ୍ଟିଥିବା ନିଜର ସ୍ମୃତିର ଏହି ପୁଷ୍ପଗୁଚ୍ଛକୁ ଧରି ଏକ ଗଳ୍ପର ହାର ଗୁନ୍ଥିବାକୁ, ହେଲେ ବର୍ତ୍ତମାନ ସମୟ ସହ ସମସ୍ତଙ୍କୁ ଦୌଡ଼ିବାକୁ ପଡ଼ୁଛି । ଏତେ ସବୁ…

ଅଧିକ ପଢ଼ନ୍ତୁ
Odia Poem Banchibaku Dia Mote (ବଞ୍ଚିବାକୁ ଦିଅ ମୋତେ) by Satyanarayan Padhan

ବଞ୍ଚିବାକୁ ଦିଅ ମୋତେ

କନ୍ୟା ଭୃଣଟେ ମୁଁ କି ଦୋଷ କରିଲି ପେଟରେ ପକାଅ ମାରି, ଦୁନିଆ ଦେଖିବା ଆଗରୁ କିମ୍ପାଇଁ ଦେଉଅଛ ହତ୍ୟା କରି !? ନିଷ୍ପାପ ଭୃଣ ମୁଁ କଲି କା’ର କ୍ଷତି ଦିଅ ଏତେ ବଡ଼ ସଜା, କଲବଲ ହୋଇ ଜୀବନ ମୋ ଯାଏ ତିଳେ ନାହିଁ ତୁମ ଦୟା । ଏଡ଼େ ନିରିଦୟ ହୁଅ କାହିଁ ପାଇଁ ଝିଅଟିଏ ବୋଲି ସତେ, ତୁମ ପରି ମୁହିଁ ଦୁନିଆ ଦେଖିବି ବଞ୍ଚିବାକୁ ଦିଅ ମୋତେ । ବଡ଼ହୋଇ ହେବି ଭଲ ଭଉଣୀଟେ…

ଅଧିକ ପଢ଼ନ୍ତୁ
Odia Poem Shita (ଶୀତ) on Winter by Mrutyunjay Patra

ଶୀତ

ଶୀତ ଋତୁ ନୁହେଁ ତ ବରଂ ଗୋଟେ ମିଠା ଆଶ୍ଳେଷଟେ, ଅଧାମରା ସମ୍ପର୍କକୁ ଯେ ନିଶ୍ୱାସଟେ ଫେରେଇଦିଏ, ଅଲୋଡ଼ା ଶବ୍ଦକୁ ଲୋଡ଼ିବାପଣର ଲୁହରେ ଭିଜେଇଦିଏ ଓଠରେ ନାଲି ବୋଳିବାକୁ ସାହସଦିଏ । ହଁ, ମୁଁ ରଙ୍ଗବୋଳେ ମୁହଁରେ ଆଉ ଗାଢ଼ ନାଲି ଓଠରେ ପଶୁତ୍ୱର ଦାଗକୁ ମୋ ଦେହରୁ ଲୁଚେଇଦବା ଚେଷ୍ଟାରେ, ଶୀତ ଲୁଚେଇଦିଏ ମୋ ଫଟା ଓଠ ପଛରେ ହିଂସ୍ରତାର ଗୋଟେ ନଗ୍ନ ରହସ୍ୟକୁ, ଆଉ ମୁଁ ପୁଣି ହଜିଯାଏ ରଙ୍ଗରେ, ନାଲିରେ ଫି ଦିନ ରାତିରେ ।…

ଅଧିକ ପଢ଼ନ୍ତୁ
Odia Poem Priti Parabare (ପ୍ରୀତି ପାରାବାରେ) by Gupteswar Chand

ପ୍ରୀତି ପାରାବାରେ

ତିରସ୍କାର କା’ରେ କର ନାହିଁ ଭାଇ ଆମେ ତ ସରବେ ବିଭୂ ସନ୍ତାନ । ତିରସ୍କାର କଲେ ବଢ଼ିଯିବ କି ହେ ସମାଜରେ ଆମ ମାନ ସମ୍ମାନ ।୧। ଯେହ୍ନେ ଉପବନେ ନାନା ଜାତି ପୁଷ୍ପ ବିକଶିତ ହୋଇ ବିତରେ ବାସ । କେଉଁ କୁସୁମଟି କରେ ଅଭିମାନ ଦେଖିଛକି କେବେ ହୁଏ ବିଶ୍ୱାସ ।୨। ରୂପ ରଙ୍ଗ ସିନା ଅଲଗା ଫୁଲର ପରିଚୟ ପରା ଏକଇ ତା’ର । ଜୀବନର ଲକ୍ଷ୍ୟପଥେ ଆଗେଇ ସେ ହସି ହସାଏ କରି ଆପଣାର ।୩। ଗରବ କରେନି…

ଅଧିକ ପଢ଼ନ୍ତୁ
Odia Poem Pranaya (ପ୍ରଣୟ) by Nalinikanta Dash

ପ୍ରଣୟ

ଆସ ! ହଜିଯିବା ନିବିଡ଼ତାର ପ୍ରୀତି ପ୍ରଣୟରେ ଚାଲ ସଖୀ, ଲୀନ ହୋଇଯିବା ଯୌବନର ଉତ୍ତାଳ ଲହଡ଼ିରେ… । ଏବେ ତ ଯୌବନ ଜୁଆର ଚରମ ସୀମାରେ… ଏଥର ଲୀନ କରିଦିଅ ତୁମ ନିଥିର ଆବେଗକୁ ମୋ ଆୟୁଷ୍ମାନ ଯୌବନରେ । ଏଥର, ସମୟ ତ୍ୟାଗର ଜାଳିଦିଅ ବାଧା-ବନ୍ଧନ ସମାଜର ନୀତି-ନିୟମ ପ୍ରେମର ବହ୍ନିରେ… ଲାଜର ଓଢ଼ାଣା କାଢ଼ି, ସାଜିଯାଅ ଶୃଙ୍ଗାରିତ କୋଣାର୍କ, ନିଜେ ବୁଡ଼ିବା ସହ ମୋତେ ବି ବୁଡ଼େଇ ଦିଅ ପ୍ରେମର ସାଗରରେ । ଆସ ! ଆସ ! ସମର୍ପି ଦିଅ…

ଅଧିକ ପଢ଼ନ୍ତୁ