You are currently viewing ଲକ୍ଷ୍ୟ ରୂପାୟନ
Odia Poem Laxma Rupayan (ଲକ୍ଷ୍ୟ ରୂପାୟନ) by Shubhalaxmi Das

ଲକ୍ଷ୍ୟ ରୂପାୟନ

ନିଃସଙ୍ଗ ରଜନୀରେ ଜାଗ୍ରତ ପ୍ରହରୀ,
ଅସି ନୁହେଁ ଲେଖନୀକୁ ଅସ୍ତ୍ର କରି,
ଏକାକିନୀ ସେ ସତ୍ୟର ପଥଚାରୀ ।
ପଥପ୍ରାନ୍ତରେ ମଳିନ ବୟସ,
ସତ୍ୟ ସନ୍ଧାନର ନିରନ୍ତର ପ୍ରୟାସ ।
ଅଶରୀରେ ସ୍ୱରଚିତ ବିନାଶ,
କିଛି ସଫଳ ତ କିଛି ଚେଷ୍ଟା ଅନାୟାସ ।

କେବେ ଏକାନ୍ତରେ ତ କେବେ ଅଚିହ୍ନା ଭିଡ଼ରେ,
ସମ୍ୟକ ଜ୍ଞାନର ଦିଗନ୍ତ ବ୍ୟାପୀ କାନଭାସ୍ ଉପରେ
ଚିତ୍ରିତ କିଛି କବିତାର ସକାରାତ୍ମକ ରୂପାୟନ,
କିନ୍ତୁ ଆଜି ବିନା ଅଳଙ୍କାରରେ, ବିନା ରଙ୍ଗ ବୋଳା ତୂଳୀରେ ।

ଆଜି ସେ କଳ୍ପନା ନୁହେଁ,
ଆଜି ସେ ମାନସ କନ୍ୟା ବି ନୁହେଁ,
ସୂକ୍ଷ୍ମ ଆବାସରେ ଜୀବନ୍ତ ପୃଥିବୀରେ,
ସ୍ଥୂଳ କ୍ଷଣଭଙ୍ଗୁର ମଧ୍ୟେ ଚିର ପରାଧୀନ ।

ଲକ୍ଷ୍ୟପଥରୁ ବିଚ୍ୟୁତ କରିବାକୁ
ହୋଇଛି ଅନେକ ଚକ୍ରବ୍ୟୁହର ରଚନା,
ସ୍ଥିର ଚିତ୍ତ ଓ ଅଦମ୍ୟ ସାହସକୁ କରି ଅସ୍ତ୍ର
ଆଗେଇ ଚାଲିବି ସତ୍ୟ ପଥରେ,
ରଖି ଅପରାଜିତର ଭାବନା….

– ଶୁଭଲକ୍ଷ୍ମୀ ଦାଶ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶୁଭଲକ୍ଷ୍ମୀ ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।