Odia Poem Ama Odisha (ଆମ ଓଡ଼ିଶା) by Rama chandra Pradhan

ଆମ ଓଡ଼ିଶା

ଆମ ଏ ଓଡ଼ିଶା ଗୌରବ ମଣ୍ଡିତା ସଂସ୍କୃତିରେ ମହନୀୟା ଶିଳ୍ପକାରୁକାର୍ଯ୍ୟେ ଅଟେ ସେ ଅନନ୍ୟା ସୌନ୍ଦର୍ଯ୍ୟେ ଅବର୍ଣ୍ଣନୀୟା… ଜଗନ୍ନାଥ ଧାମ ଏ ପୁଣ୍ୟ ଉତ୍କଳ ଓଡ଼ିଆ ପୁଅଙ୍କ ବଳ ବୀର ପ୍ରସବିନୀ ଏ ଓଡ଼ିଶା ମାଟି ମହାପୁରୁଷଙ୍କ ସ୍ଥଳ… ତା’ ବନ ପାହାଡ଼ ସବୁଜିମା କ୍ଷେତ ଲାଗେ ଅତି ଆପଣାର ତା’ ବଡ଼ ଦେଉଳ କୋଣାରକ କ୍ଷେତ୍ର ସତରେ ବିସ୍ମୟକର… ତା’ ପଖାଳ କଂସା ତା’ ବାଡ଼ି ବେଉସା କୋଉଠି ମିଳିବ ନାଇଁ ପ୍ରେମରେ ଅପାର ଭାଷାରେ…

ଅଧିକ ପଢ଼ନ୍ତୁ
Odia Poem Abhabi Sahara (ଅଭାବୀ ସହର) by Dibyashree Biswabandya Jena

ଅଭାବୀ ସହର

ଭାରି ଅଭାବୀ ସହର ଇଏ । ଏତେ କୋଳାହଳ ଭିତରେ ବି ଅନୁଭୂତ ହୁଏ ଭୀଷଣ ଏକ ନୀରବତା ଏତେ ରଙ୍ଗରେ ରଙ୍ଗାୟିତ ଅଥଚ ସବୁ ଲାଗେ ଫିକା ଫିକା । ନାହିଁ ନାହିଁର ସହରରେ ସବୁ ଅଛି, ପୁଣି କିଛି ନାହିଁ । ଯୁଆଡ଼େ ଦେଖ, ମଣିଷର ଭିଡ଼ ଅଥଚ ଭିଡ଼ ଭିତରେ ହଜିଯାଇଛି ମଣିଷ । ଜୀବନ ଅଛି, ହେଲେ ସେ ନିର୍ଜୀବ ସେ ଚଳିଷ୍ଣୁ, ହେଲେ ଜଡ଼ । ଖାଦ୍ୟ ଅଛି, ଭୋକ ନାହିଁ ଭୋକ ଥିଲେ ଦାନା ନାହିଁ ।…

ଅଧିକ ପଢ଼ନ୍ତୁ
Nali Suta Kala Suta Rahasya (ନାଲି ସୂତା ଓ କଳା ସୂତାର ରହସ୍ୟ) by Balmiki Nayak

ନାଲି ସୂତା ଓ କଳା ସୂତାର ରହସ୍ୟ

ମୁଁ ପ୍ରାୟ ପ୍ରତିଦିନ ପ୍ରାତଃ ଭ୍ରମଣରେ ଯାଏ । ନିକଟସ୍ଥ ପୋଖରୀ ଚାରି ପାଖରେ ଦୁଇ ଘେରା ବୁଲିସାରି ଗୋଟିଏ ସ୍ଥାନରେ ଶାରୀରିକ ବ୍ୟୟାମ କରେ । ମୁଁ ପାଦରୁ ମୁଣ୍ଡଯାଏଁ ପର୍ଯ୍ୟାୟକ୍ରମେ ସମସ୍ତ ଅବୟବର ବ୍ୟାୟାମ କରେ । ଦିନେ ମୁଁ ବ୍ୟାୟାମ କରୁଥିବାବେଳେ ଦେଖିଲି ଜଣେ ଆଧୁନିକା ଯୁବତୀ ଚୁସ୍ତ ଟ୍ରାକିଙ୍ଗ ସୁଟ ପିନ୍ଧି ନିକଟସ୍ଥ ବେଞ୍ଚରେ ବସି ମୋବାଇଲରେ ଚାଟିଙ୍ଗ କରୁଥିଲା । ମୋର ବ୍ୟାୟାମ କରୁଥିବା ଶୈଳୀ ହୁଏତ ତାଙ୍କୁ ପସନ୍ଦ ହୋଇଥିଲା । ମୋର ବ୍ୟାୟାମ ଶେଷ…

ଅଧିକ ପଢ଼ନ୍ତୁ
Odia Poem Sharata Shobha (ଶରତ ଶୋଭା) by Sambit Dash

ଶରତ ଶୋଭା

ବର୍ଷା ଋତୁ ସରିଲେ ଶରତ ଋତୁ ହୁଅଇ ପ୍ରବେଶ, ପଲ୍ଲବୀତ ଶରତେ ଫୁଲର ସମ୍ଭାରେ ଦିଶେ ପ୍ରକୃତିର ହସ ॥ ଶ୍ଵେତ କାଶତେଣ୍ଡି ଫୁଲର ମେଳରେ ନଦୀ ପଠା ଉଠେ ହସି, ନିଜ ସ୍ୱନ୍ଦର୍ଯ୍ୟ ନିଜେ ଦେଖି ଧରା ହୁଏ ମନେ ଭାରି ଖୁସି ॥ ଶୁଭ ସକାଳରେ ମେଘ ଖଣ୍ଡମାନ ଭାସି ଦିଶନ୍ତି ସୁନ୍ଦର, ଖରା ପରେ ଛାଇ ଛାଇ ପରେ ଖରା ଲୁଚକାଳିରେ ଦିବାକର ॥ ଜହ୍ନର ଆଲୁଅରେ ଜହ୍ନି ଫୁଲ ଗଢ଼ୁଥାଏ କୋଠି…

ଅଧିକ ପଢ଼ନ୍ତୁ
Odia Poem Mo Suna Bhauni (ମୋ ସୁନା ଭଉଣୀ) by Mrutyunjay Gopal Lal

ମୋ ସୁନା ଭଉଣୀ

ମୋତି ଝରୁଥିଲା ହସରୁ ତୋହର ଲାଗୁଥିଲା କେତେ ଖୁସି ସୁଖରେ ଦୁଃଖରେ ଭଲରେ ମନ୍ଦରେ ରହୁଥିଲେ ଆମେ ମିଶି । ଅଳ୍ପଦିନ ପାଇଁ ସଂସାରକୁ ଆସି କରିଲୁ ସଭିଙ୍କୁ ନିଜର ଭାଇ ଭାଇ କହି ହାତେ ବାନ୍ଧୁଥିଲୁ ସେନେହେ ରାକ୍ଷୀର ଡୋର । କୁଆଡ଼େ ଗଲୁଲୋ ମୋ ସୁନା ଭଉଣୀ ଛିଡ଼େଇ ସେନେହ ଡୋରି ଏକା ଛାଡ଼ିଦେଇ ପର କରିଗଲୁ ଚାଲିଗଲୁ ଆରପାରି । ଆଜି ବି ଖୋଜୁଛି ଏଇ ହାତ ମୋର ତୋ’ ରାକ୍ଷୀ ବାନ୍ଧିବା ପାଇଁ ହେଲେ ମୁଁ…

ଅଧିକ ପଢ଼ନ୍ତୁ