Odia Poem Raksha Bandhan (ରକ୍ଷା ବନ୍ଧନ) by Mamata Sahu

ରକ୍ଷା ବନ୍ଧନ

ବରଷକେ ଥରେ ରକ୍ଷା ବନ୍ଧନ ଆଣିଚି ତା’ ସାଥେ କେତେ ଆନନ୍ଦ ॥ ଭଉଣୀ ବାନ୍ଧିବ ଭାଇ ହାତରେ ରାକ୍ଷୀ ନାମେ ରକ୍ଷା କବଚ ଡୋରେ ॥ ବନ୍ଧନ ଭିତରେ ରକ୍ଷା ବନ୍ଧନ ଯୋଡ଼ିଦିଏ ଭାଇ ଭଉଣୀ ମନ ॥ ଥିଲେ ଥାଉ ମନେ ଯେ ଅଭିମାନ ଭଉଣୀ ବନ୍ଧିବ ସ୍ନେହ ବନ୍ଧନ ॥ ଦୁଃଖର ଲୁହରେ ହସରେ ସୁଖି ରାକ୍ଷୀ ରହିଥାଏ ସର୍ବଦା ସାକ୍ଷୀ ॥ ଭାଇ ଭଉଣୀର ପ୍ରେମ ସମ୍ପର୍କ ଅନେକ ଫୁଲର ମଧୁ…

ଅଧିକ ପଢ଼ନ୍ତୁ
Odia Sante Basna (ବାସ୍ନା… ସନେଟ୍) by Madhumita Mishra

ବାସ୍ନା… ସନେଟ୍

ସେ କହୁଥିଲା ବାସ୍ନାର କଥା, ଚନ୍ଦନ ଅଗୁରୁ ସହ ମଧୁମାଳତୀର ମଧୁଗାଥା । ଗଭାର ମଲ୍ଲିମାଳ ଆଉ ଅତରମିଶା ପାନର କଥା, ମତୁଆଲା ସେହି ଦେହର ଆଦିମ ବାସ୍ନାର କଥା ॥ ସେ କହୁଥିଲା ବାସ୍ନାର କଥା, ସିଙ୍ଗଡ଼ା ପକୋଡ଼ି ସହ ଅଦା ଗୁଜରାତି ପକା ଚା’ର କଥା । ଭିଜାମାଟିରୁ ଆସୁଥିବା ସେହି ସୁଗନ୍ଧିତ ଫୁଲମିଶା ବାସ୍ନା କଥା, ଭଜା ବାଦାମର ବାସ୍ନା ପରି କ୍ଷୁଧା ନିବାରଣୀ ବାସ୍ନାର କଥା ॥ ସେ କହୁଥିଲା ବାସ୍ନାର କଥା, ଝାଳୁଆ…

ଅଧିକ ପଢ଼ନ୍ତୁ
Odia Poem Poda Pithare Mana (ପୋଡ଼ ପିଠାରେ ମନ) by Sudam Charan Swain

ପୋଡ଼ ପିଠାରେ ମନ

ଷାଠିଏ ପଉଠି ଛପନ ଭୋଗ କି ଲାଗିଲାନି ତତେ ମିଠା । ଛେଚା କଚା ଖାଇ ଧାଇଁ ଆସିଛୁ କି ଖାଇବାକୁ ପୋଡ଼ ପିଠା ॥ ଲବଣୀ ଖିଆ ସେ ସୁକୋମଳ ଦେହ ଫୁଲ ବି ଲାଗେ କଣ୍ଟା । କେମିତି ସହୁଛୁ ଟଣା ଭିଡ଼ ଏତେ ଦଉଡ଼ି ବନ୍ଧା ସେନା ପଟା ॥ ଭାବ ସିନ୍ଧୁ ତୁ ଭାବର ସିନ୍ଦୁକ ପ୍ରତି ମାନବ ଜାତିର । ସେଇ ଭାବ ପାଇଁ ପତିତ ଉଦ୍ଧରି କଷ୍ଟ ସହି ଯାଉ ଅପାର ॥…

ଅଧିକ ପଢ଼ନ୍ତୁ
Odia Poem Sanetre Sunadian (ସନେଟରେ ସୁନାଦିଅଁ) by Madhumita Mishra

ସନେଟରେ ସୁନାଦିଅଁ

ସୁନା ଠାକୁର ମୋ ସୁନା ବେଶ ଧରି ହୋଇଅଛି ଉଭା ସତେ… ସୁନା ଠାକୁରର ସୁନାବେଶ ଦେଖି ଝଲସେ ନଜର କେତେ…!! ସୁନା ଗହଣା ତା’ ଅଙ୍ଗଦେଶେ ଲାଗି ଆହୁରି ଝଟକି ଯାଏ… ସୁନା ଠାକୁରର ସୁନାବେଶ ଦେଖି ଲୁହ ରୋକିପାରେ କିଏ…!! ସୁନା ପରି ସେ ତ ଶୁଦ୍ଧ ସୁନାଦିଅଁ ତା’ ପରି କିଏ ସେ ହେବ… ସୁନାବେଶ ଧରି ରଥ ପରେ ଜଗା ସଭିଙ୍କୁ ଦର୍ଶନ ଦେବ…!! ସୁନା ତା’ ମୁକୁଟ ସୁନା ଗଳାହାର…

ଅଧିକ ପଢ଼ନ୍ତୁ
Odia Poem Tume hin Tume (ତୁମେ ହିଁ ତୁମେ) by Manjurani Mishra

ତୁମେ ହିଁ ତୁମେ

ତୁମେ ଅନନ୍ତ ଅବିଭକ୍ତ ମନ୍ଦାକିନୀ ସ୍ରୋତ ତୁମେ ବିଶ୍ୱାସର ବିଦେହୀ ସଂକେତ ଭୂମି ଠାରୁ ଭୂମା ପର୍ଯ୍ୟନ୍ତ । ତୁମେ ଆବୃତ୍ତ ପୁଣି ଅନାବୃତ୍ତ ତୁମେ ଦାରୁବ୍ରହ୍ମ ସଂକ୍ଷିପ୍ତ ପୁଣି ବିସ୍ତାରିତ । ତୁମେ ସୃଷ୍ଟି ପରିବ୍ୟାପ୍ତ ଯୋଜନ ଯୋଜନ ତୁମେ ସମୟର ସଞ୍ଜୀବନୀ ଉତ୍ଥାନ ପତନ । ତୁମେ ବିଶ୍ୱ ରୂପରେ ଉଦ୍ଭାସିତ ତୁମେ ଅନନ୍ତ ଶୟନରେ ବିରାଜିତ କୋଟି ବ୍ରହ୍ମାଣ୍ଡର ଆଭା ପରିତୃପ୍ତ ଅକ୍ଷୟ ଅବ୍ୟକ୍ତ । ତୁମ ଓଁ-କାର ଧ୍ଵନିରେ ମୁଁ ବିଗଳିତ ଗୀତ ଗୋବିନ୍ଦ ପଦ୍ୟର ରାଗିଣୀରେ…

ଅଧିକ ପଢ଼ନ୍ତୁ